ଅମିତାଭ ବଚ୍ଚନଙ୍କ ସବୁଠୁ ପସନ୍ଦର କାର୍‌, ପଡୋଶୀଙ୍କ ଦେଖି କରୁଥିଲେ ଇର୍ଷା

ବଲିଉଡ୍‌ ସୁପର୍‌ଷ୍ଟାର ଅମିତାଭ ବଚ୍ଚନ ଏବେ କୌନ ବନେଗା କରୋଡପତି ଶୋ’ ହୋଷ୍ଟ ଭୂମିକାରେ ଅଛନ୍ତି। ଏହି ଶୋ’ ମାଧ୍ୟମରେ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀଙ୍କ ସହ ନିଜ ମନର କଥା ବାଣ୍ଟନ୍ତି। ନିକଟରେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ଏକ ହଟ ସିଟ୍‌ରେ କର୍ନାଟକର ଉଡୁପିରୁ ଆସିଥିବା ଅନାମୟା ଥିଲେ। ତାଙ୍କର କାର ବିଷୟରେ ବହୁତ ଜ୍ଞାନ ଥିଲା। ପ୍ରଶ୍ନର ଉତ୍ତର ସମୟରେ କାରଗୁଡିକ ବିଷୟରେ ଉଲ୍ଲେଖ କରିବାବେଳେ ଅନାମୟା କହିଥିଲେ ମଷ୍ଟାଙ୍ଗ ତାଙ୍କର ପ୍ରିୟ କାର। ଏହି ସମୟରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ପିଲାଦିନର ଏକ କାହାଣୀ ଶେୟାର କରିଥିଲେ। ସେ କହିଥିଲେ, ପିଲାଦିନେ ମଷ୍ଟାଙ୍ଗ ତାଙ୍କର ପ୍ରିୟ କାର ଥିଲା। ବିଗ ସେ ଦିଲ୍ଲୀରେ ରହୁଥିବାବେଳେ ତାଙ୍କ ଘର ସାମ୍ନାରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ରହୁଥିଲେ। ତାଙ୍କ ପାଖରେ ଏକ ମଷ୍ଟାଙ୍ଗ କାର ଥିଲା। ଏହି କାର୍‌ ଦେଖି ସେ ଇର୍ଷା ପରାୟଣ ହୋଇପଡିଥିଲେ ଏବଂ ସେ ଭାବୁଥିଲେ ଯେ ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ ଏହି କାର କିଣିବେ। ଅବଶ୍ୟ ସେ ଏହି କାର କିଣି ପାରି ନ ଥିଲେ କିନ୍ତୁ ତାଙ୍କର ଜଣେ ବନ୍ଧୁଙ୍କର ଏହି କାର ଥିଲା। ତେଣୁ ସୁଯୋଗ ମିଳିଲେ ସେ ବନ୍ଧୁଙ୍କ ଠାରୁ ଏହି କାର ଆଣି ଚଳାଉଥିଲେ।

Share