Categories: ଜାତୀୟ

ମୋଦି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା, କହିଲେ ଏହି କାରଣରୁ କରିଥିଲେ ରାହୁଲଙ୍କ ଟ୍ବିଟର୍‌ ଆକାଉଣ୍ଟକୁ ଡି-ଆକ୍ଟିଭ୍‌…

ନୂଆଦିଲ୍ଲୀ,୧୩।୬: ଟ୍ବିଟର୍‌ ପୂର୍ବତନ ସିଇଓ ଜ୍ୟାକ୍‌ ଡୋରସେ ଏକ ସାକ୍ଷତକାରର ବୟାନକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ କହିଛନ୍ତି, ଟ୍ବିଟର୍‌ର ପୂର୍ବତନ ସିଇଓଙ୍କ ବୟାନ ଚିନ୍ତାଜନକ ଏବଂ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗଣମାାଧ୍ୟକୁ ସାକ୍ଷାତକାର ଦେଇ ବେଣୁଗୋପାଳ କହିଛନ୍ତି, ବିରୋଧୀଙ୍କ ସ୍ବର ଚପାଇବା ପାଇଁ ସରକାର ଜ୍ୟାକ୍‌ଙ୍କ ଉପରେ ଚାପ ପକାଇଥିଲେ। ସେ ବିରୋଧୀଙ୍କ ଆକାଉଣ୍ଟ ଡିଲିଟ୍‌ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ସେ ରାହୁଲ ଗାନ୍ଧୀଙ୍କ ଟ୍ବିଟର୍‌ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ସେ ଆହୁରି କହିଛନ୍ତି, ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଏବଂ ଗଣମାଧ୍ୟମର ସ୍ବତନ୍ତ୍ରତା କେଉଁଠି ଅଛି। ଆମେ ଏହି ସମସ୍ୟାକୁ କେବଳ ସଂସଦରେ ନୁହେଁ ଦେଶବ୍ୟାପୀ ବିରୋଧ କରିବୁ।

Share