ପାଟନା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟ ପ୍ରଦେଶର ଭୋପାଳରେ ସମାନ ନାଗରିକ ସଂହିତା ଉପରେ ବୟାନ ଦେବା ପରେ ଏବେ ଏହି ପ୍ରସଙ୍ଗ ବେଶ ଉଷ୍ମ ବାତାବରଣ ସୃଷ୍ଟି କରିଛି। ଏବେ ଜେଡିୟୁ ୟୁସିସିକୁ ନେଇ ନିଜର ମତ ରଖିଛି।
ଜେଡିୟୁର ରାଷ୍ଟ୍ରୀୟ ପ୍ର୍ରବକ୍ତା କେସି ତ୍ୟାଗି ବୁଧବାର କହିଛନ୍ତି କି ତାଙ୍କ ଦଳ ଓ ନୀତୀଶ କୁମାର ସମାନ ନାଗରିକ ସଂହିତାର ବିରୋଧ କରୁ ନାହାଁନ୍ତି, କିନ୍ତୁ ସମସ୍ତଙ୍କ ସହ ମିଶି, ଆପୋସ ଆଲୋଚନା କରି ୟୁସିସିକୁ ନେଇ ଆଗକୁ ବଢିବା ଦରକାର।
ଏହାସହ ଜେଡିୟୁ ନେତା ଆହୁରି ମଧ୍ୟଭାଜପା ୟୁସିସିକୁ ଏଇଥିପାଇଁ ପ୍ରସଙ୍ଗ କରୁଛି କାରଣ ୨୦୨୪ ଲୋକ ସଭା ନିର୍ବାଚନ ପାଖେଇ ଆସିଲାଣି। ଏହି ପ୍ରସଙ୍ଗକୁ ନେଇ ଆହୁରି କିଛି ଦଳ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।