Categories: ଜାତୀୟ

କଂଗ୍ରେସରେ ଯୋଗଦାନକୁ କେସିଆର୍‌ ଝିଅଙ୍କ ଖଣ୍ଡନ

ହାଇଦ୍ରାବାଦ,୧୯।୧୧: କଂଗ୍ରେସରେ ଯୋଗଦାନ ଖବରକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଟିଆର୍‌ଏସ୍‌ ବିଧାନ ପରିଷଦ ସଦସ୍ୟା କେ. କବିତା ଖଣ୍ଡନ କରିଛନ୍ତି। ଅନ୍ୟ କୌଣସି ଦଳରେ ଯୋଗଦେବାର ଆଗ୍ରହ ନାହିଁ ବୋଲି ସେ କହିଛନ୍ତି। ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଫୋନ୍‌ କରି ଦଳରେ ଯୋଗଦେବାକୁ କହିଥିଲେ କି ନାହିଁ ଏ ସମ୍ପର୍କରେ ତାଙ୍କୁ ପଚରାଯାଉ। ଟିଆର୍‌ଏସ୍‌ ଏବେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ହୋଇଛି। ଆମେ ତେଲଙ୍ଗାନାରେ ବିକାଶ ଆଣିଛୁ, ଏବଂ ସାରା ଭାରତରେ ସେହି ଧାରା ବଜାୟ ରଖିବୁ ବୋଲି କବିତା କହିଛନ୍ତି। କଂଗ୍ରେସରେ ଯୋଗଦେବା ଲାଗି ଖାର୍ଗେ ତାଙ୍କୁ ଡାକିଥିଲେ ବୋଲି ନିଜାମାବାଦ ଭାଜପା ଏମ୍‌ପି ଅରବିନ୍ଦ ଧର୍ମପୁରୀ ଅଭିଯୋଗ ଆଣିବା ପରେ ଏହାକୁ ନେଇ ଗୁଜବ ପ୍ରଚାର ହୋଇଥିଲା।

Share