Posted inଜାତୀୟ

ନୂଆ ସଚିବାଳୟ ଲୋକାର୍ପଣ କଲେ କେସିଆର୍‌

ହାଇଦ୍ରାବାଦ,୧ା୫: ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଡ୍‌କରଙ୍କ ନାମାନୁସାରେ ତେଲଙ୍ଗାନାର ନୂଆ ସଚିବାଳୟର ନାମକରଣ କରାଯାଇଛି। ଜନ ପ୍ରତିନିଧିମାନେ ଓ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥା ଭାରତୀୟ ସମ୍ବିଧାନର ସ୍ଥପତି ଅମ୍ବେଡକରଙ୍କ ଆଦର୍ଶକୁ ହୃଦୟଙ୍ଗମ କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ରବିବାର ନବନିର୍ମିତ ସଚିବାଳୟକୁ ଲୋକାପର୍ଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି।
ଏକର ବିସ୍ତୃତ ଭୂମିରେ ନିର୍ମିତ ଏହି ସଚିବାଳୟ କମ୍ପ୍ଲେକ୍ସର ଉଚ୍ଚତା ହେଉଛି ୨୬୫ ମିଟର। ମୋଟ ୧୦,୫୧,୬୭୬ ବର୍ଗ ଫୁଟ୍‌ ଜାଗାରେ ନିର୍ମାଣ କାର୍ଯ୍ୟ ହୋଇଛି। ଏହାର ଉଦ୍‌ଘାଟନୀ ସଭାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର୍‌ କହିଛନ୍ତି, ସେ ଏହି ଭବ୍ୟ ସଚିବାଳୟ କମ୍ପ୍ଲେକ୍ସକୁ ଲୋକାର୍ପିତ କରି ନିଜକୁ ଧନ୍ୟ ମଣୁଛନ୍ତି। ଆମ୍ବେଡ୍‌କରଙ୍କ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ସଚିବାଳୟକୁ ନିୟମିତ ଆସୁଥିବା ସମସ୍ତ ମନ୍ତ୍ରୀ ଓ କର୍ମଚାରୀ ତାଙ୍କ ନାମ ଏବଂ ସନ୍ଦେଶକୁ ହୃଦୟଙ୍ଗମ କରି ଜନସେବାରେ ନିଜକୁ ନିୟୋଜିତ କରିବା ଉଚିତ। ତେଲଙ୍ଗାନା ନାମରେ ସ୍ବତନ୍ତ୍ର ରାଜ୍ୟ ଗଠନ ସକାଶେ ସେ ଗାନ୍ଧିଜୀଙ୍କ ଆଦର୍ଶକୁ ଅନୁସରଣ କରିଥିଲେ। ଆମ୍ବେଡ୍‌କରଙ୍କ ଦୂରଦୃଷ୍ଟି ଯୋଗୁ ସମ୍ବିଧାନର ଅନୁଚ୍ଛେଦ ୩ ଅନୁସାରେ ନୂଆ ରାଜ୍ୟ ଗଠନ ସମ୍ଭବ ହୋଇପାରିଥିଲା। ଏହି ଅବସରରେ କେସିଆର୍‌ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ନୂଆ ସଚିବାଳୟ ପ୍ରତିଷ୍ଠା ହେବାର ତାତ୍ପର୍ଯ୍ୟ ନୁହେଁ ଯେ, ପୁରୁଣା କୋଠାକୁ ଭାଙ୍ଗିଦେବା। ରାଜ୍ୟକୁ କମ୍‌ ସମୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ଅନେକ ଲକ୍ଷ କୋଟି ଟଙ୍କାର ନିବେଶ ଆସିପାରିଛି। ଏହା ଏକ ବଡ଼ ସଫଳତା ବୋଲି କେସିଆର୍‌ କହିଛନ୍ତି। ଏହି ଅବସରରେ ରାଜ୍ୟର ସମସ୍ତ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri