Categories: ଜାତୀୟ

ଦଶହରାରେ ନିଜ ଜାତୀୟ ଦଳର ନାମ ଘୋଷଣା କରିପାରନ୍ତି କେସିଆର

ହାଇଦ୍ରାବାଦ,୪।୧୦: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳେଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଖୁବ୍‌ଶୀଘ୍ର ତାଙ୍କର ଜାତୀୟ ରାଜନୈତିକ ଦଳର ନାମ ଘୋଷଣା କରିପାରନ୍ତି। ଖବର ଅନୁଯାୟୀ, ଦଶହରାରେ ଦଳର ନୂତନ ନାମ ଘୋଷଣା କରାଯାଇପାରେ ବୋଲି ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ପାର୍ଟି ସୂତ୍ରରୁ ଜଣାପଡ଼ିଛି। ସୋମବାର ହାଇଦ୍ରାବାଦ ସ୍ଥିତ କେସିଆର କାର୍ଯ୍ୟାଳୟରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ଏହି ସୂଚନା ଦିଆଯାଇଛି। ଦଶହରା ଦିନ ପୂର୍ବାହ୍ନ ୧୧ଟାରେ ଟିଆରଏସ୍‌ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବ। ଅକ୍ଟୋବର ୯ରେ ଦିଲ୍ଲୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ କେସିଆର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ଟିଆରଏସ୍‌ର ଏକ ପ୍ରତିନିଧି ଦଳ ନିଜ ଦଳର ନାମ ପରିବର୍ତ୍ତନ କରିବା ପାଇଁ ରାଜଧାନୀ ଦିଲ୍ଲୀ ଗସ୍ତ କରିବେ।

Share