Categories: ଜାତୀୟ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର

ହାଇଦ୍ରାବାଦ,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ରାଜ୍ୟପାଳଙ୍କ ନିକଟକୁ ତାଙ୍କର ଇସ୍ତଫା ପଠାଇଛନ୍ତି। ବିଆରଏସ କାର୍ଯ୍ୟନିର୍ବାହୀ ସଭାପତି ରାମା ରାଓ ଏହି ସୂଚନା ଦେଇଛନ୍ତି।
ଏଥି ସହ ରାଜ ଭବନ ସୂଚନା ଦେଇଛନ୍ତି ଯେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ ଭବନ ଜାରି କରିଥିବା ପ୍ରକାଶନରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ସରକାର ଗଠନ ପର୍ଯ୍ୟନ୍ତ ଏହି ପଦରେ ରହିବାକୁ କେସିଆରଙ୍କୁ ଅନୁରୋଧ କରାଯାଇଛି।

Share