Categories: ଜାତୀୟ

ଭାଜପାକୁ ଚେତାବନୀ ଦେଲେ କେସିଆର

ହାଇଦ୍ରାବାଦ,୧୮।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଧାନ କିଣା ପ୍ରସଙ୍ଗକୁ ନେଇ ଗୁରୁବାର ଭାଜପାକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଧାନ କିଣିଲେ ଏହାକୁ ଭାଜପା କାର୍ଯ୍ୟାଳୟରେ ଫିଙ୍ଗା ଯିବ ବୋଲି କେସିଆର ଚେତାବନୀ ଦେଇଥିଲେ। ସେ କହିଛନ୍ତି ଯେ, ଶସ୍ୟ ବୃଦ୍ଧି ପାଇଁ ଭାଜପା ନାରା ଦେଉଥିବା ବେଳେ କେନ୍ଦ୍ର କିନ୍ତୁ ଏହାକୁ କିଣୁ ନାହିଁ। ଯଦି କେନ୍ଦ୍ର ଧାନ ନ କିଣେ ତେବେ ଆମେ ଏହାକୁ ଭାଜପା କାର୍ଯ୍ୟାଳୟରେ ପକାଇବୁ ବୋଲି ସେ କହିଛନ୍ତି।
କେସିଆର କହିଛନ୍ତି ଯେ, ଭାଜପା କେବଳ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି କରିବାରେ ବ୍ୟସ୍ତ ରହୁଛି। ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ ଟାଣିବା ସହ ପାକିସ୍ତାନକୁ ଯୋଡି ଦେଶରେ ସାମ୍ପ୍ରଦାୟିକ ପରିବେଶ ସୃଷ୍ଟି କରେ। ସର୍ଜିକାଲ ଷ୍ଟ୍ରାଇକ, ସୀମା ପ୍ରସଙ୍ଗ କହି ଦେଶରେ ସାମ୍ପ୍ରଦାୟକ ବିଦ୍ୱେଶ ସୃଷ୍ଟି କରେ। ଏଗୁଡିକ ଭାଜପାର ଡ୍ରାମା ବୋଲି କେସିଆର କହିଛନ୍ତି। ଧାନ କିଣା ପ୍ରସଙ୍ଗରେ ଅନ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ କେସିଆର ହାଇଦ୍ରାବାଦର ଇନ୍ଦିରା ପାର୍କରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Share