Categories: ଜାତୀୟ

ଏନଡିଏରେ ଯୋଗଦେବାକୁ ଚାହୁଁଥିଲେ କେସିଆର, ଆମେ ମନା କଲୁ: ମୋଦି…

ହାଇଦ୍ରାବାଦ,୩।୧୦ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଏକ ରାଲି କରିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାକୁ ଗୁଜରାଟର ପୁଅ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ବାଧୀନତା ପ୍ରଦାନ କରିଥିଲେ। ବର୍ତ୍ତମାନ ଦ୍ୱିତୀୟ ଗୁଜରାଟୀ ପୁଅ ବିକାଶ ପାଇଁ ଆସିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ସିଏମ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ବିଷୟରେ ଏକ ଦାବି କରିଛନ୍ତି। କେସିଆର ଏକ ସମୟରେ ଭାଜପା ନେତୃତ୍ୱାଧୀନ ସହଯୋଗୀ ଏନଡିଏରେ ଯୋଗଦେବାକୁ ଚାହୁଁଥିଲୋ। କିନ୍ତୁ ପ୍ରଧାନମନ୍ତ୍ରୀ ନିଜେ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ପ୍ରକାଶ କରିଛନ୍ତି।

ଯେତେବେଳେ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଭାଜପା ୪୮ ଟି ଆସନ ଜିତି ଆସିଥିଲା। କେସିଆରଙ୍କ ସମର୍ଥନର ଆବଶ୍ୟକତା ଥିଲା। ପୂର୍ବରୁ ସେ ବହୁତ ସମ୍ମାନ କରୁଥିଲେ। ବିମାନ ବନ୍ଦରକୁ ଫୁଲ ମାଳ ଧରି ଆସୁଥିଲେ। ମାତ୍ର ଏବେ ଅସନ୍ତୁଷ୍ଟ ହୋଇ ଯାଇଛନ୍ତି। ସେ ମତେ ଭେଟିବା ପାଇଁ ଦିଲ୍ଲୀ ଆସିଥିଲେ, ଶାଲ ପ୍ରଦାନ କରି ବହୁତ ପ୍ରେମ ଦେଖାଇଥିଲେ। ମାତ୍ର ପ୍ରେମ ଦେଖାଇବା ତାଙ୍କ ଚରିତ୍ରରେ ନାହିଁ।

ସେ ଏନଡିଏରେ ଅନ୍ତର୍ଭୁକ୍ତ ହେବାକୁ କହିଥିଲେ। ମୁଁ କହିଥିଲି ତୁମର କାର୍ଯ୍ୟ ଏପରି, ମୋଦି ତୁମ ସହିତ ଯୋଗ ଦେଇ ପାରିବେ ନାହିଁ। ଆମେ ବିରୋଧୀ ଦଳରେ ବସିପାରିବୁ, କିନ୍ତୁ ତେଲଙ୍ଗାନାବାସୀଙ୍କୁ ବିଶ୍ୱାସଘାତକତା କରିବୁ ନାହିଁ। କେସିଆର କହିଥିଲେ ସେ ବର୍ତ୍ତମାନ ବୃଦ୍ଧ ହୋଇଯାଇଛନ୍ତି। ବର୍ତ୍ତମାନ ଯଦି ପୁଅ କେଟିଆର ଆପଣଙ୍କ ପାଖକୁ ଆସନ୍ତି ତେବେ ତାଙ୍କୁ ଆଶୀର୍ବାଦ କରିବେ। ମୁଁ କହିଲି ଏହା ହେଉଛି ଗଣତନ୍ତ୍ର। କିପରି ନିଜ ପୁଅକୁ ସିଂହାସନ ଦେଇ ପାରିବେ? ଏହା ସହ ମୁଁ ଏନଡିରେ ତାଙ୍କର ଯୋଗଦେବାକୁ ରୋକଠୋକ ମନା କରିଥିଲି।

Share