Categories: ଜାତୀୟ

ଉଦ୍ଧବ, ମମତାଙ୍କୁ ଭେଟିବେ କେସିଆର୍‌

ହାଇଦ୍ରାବାଦ,୧୪ା୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ମେଳି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେ ଖୁବ୍‌ଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ପଶ୍ଚିମବଙ୍ଗ ପ୍ରତିପକ୍ଷ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି। ଏନ୍‌ଡିଏ ବିପକ୍ଷରେ ବିରୋଧୀ ଦଳଗୁଡ଼ିକ ଏକାଠି ହେଲେ ଉଦ୍ଧବ ଓ ମମତା ଏଥିରେ ସାମିଲ ହୋଇପାରନ୍ତି।
ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ଅଧ୍ୟକ୍ଷ କେସିଆର୍‌ କହିଛନ୍ତି, ସେ ଯେକୌଣସି ସମୟରେ ଶିବସେନା ମୁଖ୍ୟ ଉଦ୍ଧବଙ୍କୁ ଭେଟିବାକୁ ଯାଇପାରନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ମଧ୍ୟ କେସିଆର୍‌ଙ୍କୁ ଭେଟିବା ପାଇଁ ହାଇଦ୍ରାବାଦ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଜନବିରୋଧୀ ନୀତି ପାଇଁ ପ୍ରତ୍ୟାଖ୍ୟାନ କରିବା ଉଚିତ। ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାରେ ସେ ଏକ ବଡ଼ ଭୂମିକା ନେବେ। ରାଫାଲ ବିମାନ କିଣା ଦୁର୍ନୀତିର ସତ ପଦାକୁ ଆଣିବା ପାଇଁ କେସିଆର୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ରବିବାର ସୂଚନା ଦେଇଛନ୍ତି।

Share