Categories: ଜାତୀୟ

ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କେସିଆରଙ୍କ ପ୍ରାର୍ଥୀ ତାଲିକା ପରାଜୟର ଏକ ନିଶ୍ଚିତ ପଦ୍ଧତି: ପ୍ରକାଶ ଜାଭଡେକର…

ହାଇଦ୍ରାବାଦ,୨୨।୮ : ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର କହିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଆରଏସ ସୁପ୍ରିମୋ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଥିବା ପ୍ରାର୍ଥୀଙ୍କ ତାଲିକା ଏକ ପରାଜୟର ନିଶ୍ଚିତ ପଦ୍ଧତି।

ବିଆରଏସ ଶାସନ ଏବଂ ବିଧାୟକମାନଙ୍କ ଦ୍ୱାରା ରାଜ୍ୟରେ ହୋଇଥିବା ଲୁଣ୍ଠନ ନେଇ ଭୋଟରମାନେ ସରକାରଙ୍କୁୁ ଏକ ଶିକ୍ଷା ଦେବେ। ଘୋଷିତ ତାଲିକା ରାଜ୍ୟ ସହିତ ପୌରପରିଷଦ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବ।

ତେଲଙ୍ଗାନାରେ ଭାଜପାର ନିର୍ବାଚନ ଦାୟିତ୍ୱରେ ଥିବା ଜାଭଡେକର କହିଛନ୍ତି ସରକାର ଯେପରି ଲୁଟ କରିଛନ୍ତି ଏବଂ ସ୍ଥାନୀୟ ବିଧାୟକମାନେ ନିଜକୁ ଧନୀ କରିଛନ୍ତି ତାହାର ଜବାବ ନିଶ୍ଚିତ ମିଳିବ।

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମୋଟ ୧୧୯ ଟି ଆସନ ଲାଗି ୧୧୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରି କେସିଆର ସୋମବାର ବିରୋଧୀ କଂଗ୍ରେସ ଏବଂ ଭାଜପାଠାରୁ ଆଗୁଆ ରହିଛନ୍ତି। ସେ ନିଜେ ଗଜୱେଲ ଏବଂ କାମାରେଡି ଦୁଇଟି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଅନେକ ଜିଲାରୁ ଅନୁରୋଧ ଆସିଥିବାରୁ ସେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ।

ତେବେ ଆସନ୍ତା କିଛି ମାସ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଘୋଷଣା କରି ନାହାଁନ୍ତି। ମାତ୍ର ବହୁ ପୂର୍ବରୁ କେସିଆର ପ୍ରାର୍ଥୀ ତାଲିକା କାହିଁକି ଘୋଷଣା କରିଛନ୍ତି ସେ ନେଇ ରାଜନୈତିକ ସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share