Categories: ଜାତୀୟ

ଉଦ୍ଧବଙ୍କ ଘରେ କେସିଆର୍‌

ମୁମ୍ବାଇ,୨୦।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ବିରୋଧୀ ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। କେସିଆର୍‌ ରବିବାର ମୁମ୍ବାଇରେ ପହଞ୍ଚି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି। ଉଦ୍ଧବ ଏବଂ କେସିଆର୍‌ଙ୍କ ଏକାଠି ଲଞ୍ଚ କରିଥିଲେ। ଏହି ଅବସରରେ ୨ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି। ଏପରିକି କେସିଆର ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କୁ ମଧ୍ୟ ଭେଟିଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକ ଅଣ କଂଗ୍ରେସ ମେଣ୍ଟ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ମେଣ୍ଟ ସାଧାରଣ ନିର୍ବାଚନ ବେଳେ ଭାଜପା ସହ ମୁକାବିଲା କରିବ। ଏନେଇ ମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବାକୁ କେସିଆର ଅଭିଯାନ ଆରମ୍ଭ କରିଦେଇନ୍ତି। ଏଥିରେ ଉଦ୍ଧବ ଏବଂ ଶରଦ ପାୱାର ତାଙ୍କୁ ସାଥ ଦେଉଛନ୍ତି।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍‌ ପ୍ରତିଷ୍ଠା ଏଚ୍‌ଡି ଦେବଗୌଡ଼ା ମଧ୍ୟ କେସିଆରଙ୍କ ଭାଜପା ବିରୋଧୀ ମେଳିକୁ ସମର୍ଥନ ଘୋଷଣା କରିଛନ୍ତି।

Share