ପୁରୁଣା ଭୁବନେଶ୍ୱର,୧୬।୩(ଡି.ଏନ୍.ଏ.): ଭୁବନେଶ୍ୱର ଏକାମ୍ର କ୍ଷେତ୍ରର କେଦାରଗୌରୀ ମନ୍ଦିର ପୋଖରୀ ଜଳ ନିର୍ମଳ କରିବା ପାଇଁ ବୁଧବାର ଦୟା ନଦୀ ତଟରୁ ପାଇପ ଯୋଗେ ବିନ୍ଦୁ ସାଗର ଦେଇ କେଦାର କୁଣ୍ଡରେ ସଂଯୋଗ କରାଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଶୁଭାରମ୍ଭ କରିଥିଲେ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଦୀର୍ଘ ୬ କିଲୋମିଟର ପାଇପ ଲାଇନ ବିଛାଯାଇଛି। ଏଥିସହ ଭୁଆସୁଣୀଠାରେ ୨ ମିଲିୟନ ଲିଟର ଜଳ ବିଶୋଧନାଗାର ନିର୍ମାଣ କରାଯାଇ ବିନ୍ଦୁ ସାଗର ଓ କେଦାର ଗୌରୀକୁ ୱାଟ୍କୋ ପକ୍ଷରୁ ୨୪ ଘଣ୍ଟା ଜଳ ଛଡ଼ାଯାଉଛି। କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ୱାଟ୍କୋର ସାଧାରଣ ପରିଚାଳକ ଗୁରୁଚରଣ ଦାସ, କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକର, ଶିବପ୍ରସାଦ ବେହେରା, ଦାଶରଥି ଗରାବଡୁ ଏବିଂ ମନ୍ଦିରର ସମସ୍ତ ସେବାୟତ ଉପସ୍ଥିତ ଥିଲେ।