ଡେରାଡୁନ,୬ ।୧୧: ଉତ୍ତରାଖଣ୍ଡର ୪ ଧାମ ମଧ୍ୟରୁ କେଦାରନାଥ ଓ ଯମୁନୋତ୍ରୀ ଧାମକୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ କରି ଦିଆଯିବ । ଶୀତଦିନ ପାଇଁ ଶନିବାରଠାରୁ ଏହି ଦୁଇ ଧାମର କାଟ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି । କେଦାରନାଥଙ୍କ କବାଟ ୮ଟା ୩୦ରେ ବନ୍ଦ ହେଉଥିବା ବେଳେ ଯମୁନୋତ୍ରୀଙ୍କ କବାଟ ୧୨ଟା ୧୫ରେ ବନ୍ଦ କରିଦିଆଯିବ । ସମସ୍ତ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରି ଏହାକୁ ବନ୍ଦ କରି ଦିଆଯିବ । ସେହିପରି ବଦ୍ରିନାଥଙ୍କ ଦର୍ଶନ ନଭେମ୍ବର ୨୦ରୁ ବନ୍ଦ କରି ଦିଆଯିବ । ସୂଚନାଯୋଗ୍ୟ, ଶୀତଦିନ ଲାଗି ପ୍ରତିବର୍ଷ ୪ ଧାମକୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ କରି ଦିଆଯାଇଥାଏ ।