କେଦାରନାଥ ପର୍ବତରେ ଉଡ଼ିଲା ପତିତପାବନ ବାନା

ପୁରୀ, ୨୨ା୭(ଅଜିତ ମହାନ୍ତି): ଜୟ ଜଗନ୍ନାଥ ଧ୍ୱନୀରେ ଦେବଭୂମି ବାବା କେଦାରନାଥଙ୍କ ଧାମ ପ୍ରକମ୍ପିତ ହେଲା। କେଦାରନାଥଙ୍କ ପାବନକ୍ଷେତ୍ରରେ ପାହାଡ଼ ଶୀର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତିତପାବନ ବାନା ଉଡ଼ିଛି। ଏନେଇ ପୁରୀବାସୀ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପୁରୀର କେତେଜଣ ଶ୍ରଦ୍ଧାଳୁ ସମ୍ପ୍ରତି କେଦାରନାଥଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ସାଥିରେ ପତିତପାବନ ବାନା ନେଇଥିଲେ। କେଦାରନାଥଙ୍କ ଦର୍ଶନ କରିବା ପରେ ସେମାନେ ପତିତପାବନ ବାନାକୁ ଉକ୍ତ ପର୍ବତ ଶୀର୍ଷରେ ଉଡ଼ାଇ ଜଗତ ମଙ୍ଗଳ କାମନା କରିଛନ୍ତି। ଉକ୍ତ ପତିତପାବନ ବାନା କେଦାରନାଥଙ୍କ ମନ୍ଦିର ପଛ ପାର୍ଶ୍ୱରେ ଲଗାଯାଇଛି। ଏହା ଅତ୍ୟନ୍ତ ମନୋରମ ଦେଖାଯାଉଛି। ବାବା କେଦାରନାଥଙ୍କ ଦର୍ଶନ ପାଇଁ ଯାଉଥିବା ଜଗନ୍ନାଥପ୍ରେମୀମାନେ ଏହି ଦୃଶ୍ୟ ଦେଖି ଭାବବିହ୍ବଳ ହେବା ସହ ପତିତପାବନ ବାନାକୁ ପ୍ରଣିପାତ କରୁଥିବା ଦେଖିବାକୁ ମିଳୁଛି।

Share