ବାଇକରେ କେଦାରନାଥ ଯାତ୍ରା

ଭୁବନେଶ୍ୱର,୧୦।୭(ବ୍ୟୁରୋ): କଟକରୁ ବାଇକରେ ଉତ୍ତରାଖଣ୍ଡର କେଦାରନାଥ ଯାତ୍ରା କରିଛନ୍ତି ରାଜେଶ ମହାରଣା। ଶନିବାର କଟକର ଗଡ଼ଗଡ଼େଶ୍ୱର ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ନେଇ ସେ ବାହାରିଛନ୍ତି। ତାଙ୍କର କେତେଜଣ ବନ୍ଧୁ ରାସ୍ତାରେ ତାଙ୍କ ସହ ଯୋଗଦେବେ। କଟକରୁ କେଦାରନାଥ ଯିବାକୁ ପ୍ରାୟ ୨୨ ଶହ କିମି ରାସ୍ତା ଅତିକ୍ରମ କରିବେ। ପ୍ରତିଦିନ ସେ ୫୦୦ କିମି ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଯିବା ରାସ୍ତାରେ ଉତ୍ତରପ୍ରଦେଶ ବାରଣାସୀର କାଶୀ ବିଶ୍ୱନାଥ ଭ୍ରମଣ କରି ପୁଣି କେଦାରନାଥ ଯିବେ। ଭବିଷ୍ୟତରେ ସେ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ସ୍ଥାନଗୁଡ଼ିକୁ ଭ୍ରମଣ କରିବା ନେଇ ଯୋଜନା ରଖିଛନ୍ତି। ରାଜେଶ ବୃତ୍ତିରେ ଜଣେ ବଣିଆ। କିନ୍ତୁ ବାଇକ ନେଇ ଦୂର ସ୍ଥାନକୁ ଯାତ୍ରା କରିବାକୁ ସେ ପସନ୍ଦ କରନ୍ତି। ପୂର୍ବରୁ ବାଇକରେ ୪,୫୦୦କିମି ଲଦାଖ ଅଭିମୁଖେ ଯାତ୍ରା କରି ସାରିଛନ୍ତି ରାଜେଶ।

Share