Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଗସ୍ତ, ଦୀପାବଳି ଅବସରରେ ୮ କ୍ୱିଣ୍ଟାଲ ଫୁଲରେ ସଜା ହେଲା ମନ୍ଦିର

ଡେରାଡୁନ,୪ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ନଭେମ୍ବର ଅର୍ଥାତ୍ ଶୁକ୍ରବାର କେଦାରନାଥ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେଦାରନାଥରେ ଯୋର ସୋରରେ ପ୍ରସ୍ତୁତି ଚାଲିଛି । ମନ୍ଦିରକୁ ଦୀପାବଳି ଅବସରରେ ୮ କ୍ୱିଣ୍ଟାଲ ଫୁଲରେ ସଜା ସାଇଛି । ପ୍ରଧାନମନ୍ତ୍ରୀ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ସମାଧିର ଉଦ୍‌ଘାଟନ ଓ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ମୁର୍ତ୍ତିର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । କେଦାରନାଥ ଧାମରେ ମୋଦି ୨ ଘଣ୍ଟା ରହିବେ । ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧିତ ବି କରିବେ । ୨୦୧୩ ପରଠାରୁ କେଦାରନାଥରେ ମୋଦିଙ୍କ ଦ୍ୱାରା ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ଶ୍ରଦ୍ଧାଳୁମାନେ କୁହନ୍ତି ।

Share