Categories: ଜାତୀୟ

କେଦାରନାଥ ମନ୍ଦିରରୁ ୨୩କିଲୋ ସୁନା ଚୋରି ହୋଇଯାଇଥିବା ଅଭିଯୋଗ

ଡେରାଡୁନ,୨୪।୬:କେଦାରନାଥ ମନ୍ଦିରରୁ ସୁନା ଚୋରି ହୋଇଯିବା ଘଟଣା ସାମ୍ନାକୁ ଅରସିଛି। ମନ୍ଦିରକୁ ଦାନ କରାଯାଇଥିବା ୨୩.୭୮ କିଲୋଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି କେଦାରନାଥ ଧାମର ପୁରୋହିତ ଏବଂ ଚାରିଧାମ ମହାପଞ୍ଚାୟତର ଉପାଧ୍ୟକ୍ଷ ସାନ୍ତୋଷ ତ୍ରିବେଦୀ। ଏହି ସୁନାକୁ ମୁମ୍ବାଇର ଜଣେ ବ୍ୟବସାୟୀ ଦାନ କରିଥିଲେ। ମନ୍ଦିରର ଗର୍ଭଗୃହର କାନ୍ଥରେ ଏହି ସୁନାକୁ ଆସ୍ତରଣ ଭାବେ ପ୍ରୟୋଗ କରାଯାଇଥିଲା।

ଖବର ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ ତ୍ରିବେଦୀ ଅଭିଯୋଗ କରିଛନ୍ତି ଯେ, ଗତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ମନ୍ଦିରର ଗର୍ଭଗୃହରେ ସୁନା ପରସ୍ତ କାମ କରାଯାଇଥିଲା। ଗର୍ଭଗୃହରେ ସୁନା ପରସ୍ତ ଲଗାଯିବା ପରେ ଏହାକୁ ପଲିସ କରିବାର ଆବଶ୍ୟକତା କ’ଣ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ବିଷୟରେ ପ୍ରତ୍ନତାତ୍ତ୍ୱିକ ବିଭାଗ କି ମନ୍ଦିର ପୁରୋହିତ ଜାଣି ନ ଥିବା ସେ କହିଛନ୍ତି। ତେବେ ଏହାର ତଦନ୍ତ ନେଇ ସେ ଦାବି କରିଛନ୍ତି।
କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡ ପୂର୍ବତନ ମନ୍ତ୍ରୀ ନବପ୍ରଭାତ ଦାତାଙ୍କ ସୁନା ଦାନକୁ ସନ୍ଦେହ କରିଛନ୍ତି। ଏଥିସହ ସେ ବଦ୍ରିନାଥରେ ମଧ୍ୟ ଏଭଳି ହୋଇଛି ବୋଲି କହିଛନ୍ତି।
ଏନେଇ ଉତ୍ତରାଖଣ୍ଡ ସରକାର ଣ୍‌ସଂସ୍କୃତି ଏବଂ ଧାର୍ମିକ ବ୍ୟାପାର ସଚିବ ହରିଚନ୍ଦ୍ର ସେମୱାଲ ଏବଂ ଗରୱାଲ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଟି ଗଠନ କରିଛନ୍ତି।

Share