Categories: ଜାତୀୟ

କେଦାରନାଥ ଯାତ୍ରା ବନ୍ଦ ଯୋଗୁ ଫସିଲେ ୧୦ ହଜାର ଶ୍ରଦ୍ଧାଳୁ

ଡେରାଡୁନ,୨୪ ।୫: କେଦାରନାଥରେ ପ୍ରବଳ ବର୍ଷା ଓ ଘନ କୁହୁଡି ଯୋଗୁ ପ୍ରଶାସନ ପକ୍ଷରୁ ତୁରନ୍ତ କେଦାରନାଥ ଯାତ୍ରାକୁ ବନ୍ଦ କରି ଦିଆଯାଇଛି । ଏହି ସମୟରେ ରୁଦ୍ରପ୍ରୟାଗରୁ ଗୁପ୍ତକାଶୀ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ୫ ହଜାର ଯାତ୍ରୀଙ୍କୁ ଅଟକାଇ ଦିଆଯାଇଛି । ଏପଟେ ସୋନପ୍ରୟାଗରେ ୨୦୦୦ ଓ ଗୌରିକୁଣ୍ଡରେ ୩୨୦୦ ଯାତ୍ରୀଙ୍କୁୁ ଅଟକାଇ ଦିଆଯାଇଛି । ସକାଳୁ ଝିପିଝିପି ବର୍ଷା ହେବା ଫଳରେ କେଦାରନାଥ ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା ।
ସୂଚନାଯୋଗ୍ୟ, ସୋମବାର ମାତ୍ର ୧ ଘଣ୍ଟା ପାଇଁ କେଦାରନାଥ ଯାତ୍ରା କରାଯାଇଥିଲା । ଏହାପରେ ବର୍ଷାକୁ ଦେଖି ପ୍ରଶାସନ ପକ୍ଷରୁ ଯାତ୍ରୀମାନେ ଯିଏ ଯେଉଁଠି ଅଛନ୍ତି ସେହିଠାରେ ଅଟକି ଯିବାକୁ କହିବା ସହ ସତର୍କ ରହିବାକୁ ଅପିଲ କରିଥିଲେ ।

Share