ଏସବୁ ଛୋଟ କଥା ପ୍ରତି ଦିଅନ୍ତୁ ଧ୍ୟାନ: କେବେ ଘରେ ଦେଖାଯିବ ନାହିଁ ଧନର ଅଭାବ

ଯେତେବେଳେ ଘରର  ଦିଗରେ  ବାସ୍ତୁ ଦୋଷ ଦେଖାଯାଏ ସେହି ସମୟରେ ଆର୍ଥିକ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ। ଘରର ବାସ୍ତୁ ଦୋଷ ହଟାଇଲେ କୁବେର ଏବଂ ମା’ ଲକ୍ଷ୍ମୀ ଖୁସି ହୁଅନ୍ତି ବୋଲି ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା ହୋଇଛି। ବାସ୍ତୁ ଅନୁଯାୟୀ, ଘରେ ଟଙ୍କା ଏବଂ ସମ୍ପତ୍ତି ବୃଦ୍ଧି ପାଇଁ କେଉଁ କଥାକୁ ଧ୍ୟାନରେ ରଖିବା ଉଚିତ ଜାଣନ୍ତୁ।

ଘରର ଉତ୍ତର ଦିଗର କାନ୍ଥଗୁଡ଼ିକ ନୀଳ ରଙ୍ଗର ହେବା ଉଚିତ୍‌।

ପାଣି ଟ୍ୟାପ୍‌ ଉତ୍ତର ଦିଗରେ ରହିବା ଉଚିତ୍‌ ।
ଶଙ୍ଖ, ରୂପା ମୁଦ୍ରା କିମ୍ବା ରୂପା କଇଁଛକୁ ପାଣିରେ ରଖିବା ଆବଶ୍ୟକ।

ସାଜସଜ୍ଜା ସାମଗ୍ରୀରେ ଘରର ଉତ୍ତର ଦିଗରେ ଆକ୍ୱାରିୟମ ରଖିବା ଜରୁରୀ।

କୁବେରଙ୍କ ନିର୍ଦ୍ଦେଶ ଯୋଗୁ ଆଲମାରୀ ଉତ୍ତରରେ ରଖନ୍ତୁ।

ଉତ୍ତର ଦିଗରେ ନୀଳ ପିରାମିଡ ରଖିବା ଦ୍ୱାରା ସମ୍ପତ୍ତି ବଢ଼ିଥାଏ।

ପୂର୍ବ-ଉତ୍ତର କୋଣରେ ମୂର୍ତ୍ତି ରଖି ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।