Posted inଜାତୀୟ

ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୯: ତିରୁପତି ଲଡୁ ବିବାଦ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କ ପରାମର୍ଶଦାତାଙ୍କୁ କହିଛନ୍ତି, ଲ୍ୟାବ ରିପୋର୍ଟରେ ଦର୍ଶାଯାଇଛି ଯେ ପରୀକ୍ଷା କରାଯାଇଥିବା ଘିଅକୁ ନଷ୍ଟ କରାଯାଇଛି। ଦେବତାଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ ବୋଲି କୋର୍ଟ କହିଛନ୍ତି। ତିରୁପତି ଲଡୁ ବିବାଦ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଏହା ବିଶ୍ୱାସର ବିଷୟ। ଯଦି ଦୂଷିତ ଘିଅକୁ ବ୍ୟବହାର କରାଯାଇଛି ତେବେ ଏହା ଗ୍ରହଣୀୟ ନୁହେଁ।

ଏହି ସପ୍ତାହ ପୂର୍ବରୁ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏବଂ ପୂର୍ବତନ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଅଧ୍ୟକ୍ଷ ତଥା ରାଜ୍ୟ ସଭା ଏମ୍‌ପି ୟେ.ଭି ସୁବା ରେଡ୍ଡୀଙ୍କ ଦ୍ୱାରା ପିଟିସନ ଦାଖଲ କରାଯାଇଥିଲା। ଜଷ୍ଟିସ ବି.ଆର ଗାଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ଏହି ଆବେଦନ ଉପରେ ଶୁଣାଣି କରୁଛି।

ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କୁ ତାଗିଦ କରି ଜୁଲାଇରେ ଆସିଥିବା ରିପୋର୍ଟ ଉପରେ ଦୁଇମାସ ପରେ କାହିଁକି ବିବୃତ୍ତି ଦେଇଛନ୍ତି ବୋଲି ପଚାରିଥିଲେ। ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପଚାରିଥିଲେ ଯେ, ପ୍ରସାଦ ଲଡୁ ତିଆରିରେ ଦୂଷିତ ଘିଅ ବ୍ୟବହାର କରାଯାଇଛି କି ନାହିଁ? ଟିଡିପି ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥ୍ରା କହିଛନ୍ତି, ଲଡୁର ସ୍ବାଦ ଭଲ ନୁହେଁ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଲୋକମାନେ ଏହା ବିଷୟରେ ଅବଗତ ନୁହଁନ୍ତି, ପ୍ରଦୂଷିତ ଘିକୁ ପ୍ରସାଦ ପାଇଁ ବ୍ୟବହାର କରାଯାଉଥିବା କୌଣସି ପ୍ରମାଣ ଅଛି କି ନାହିଁ ସେ ବିଷୟରେ ଜଣାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଢିଲା ଅଡ଼ୁଆ: ମାମଲା ରୁଜୁ କଲା ଇଡି

ବେଙ୍ଗାଲୁରୁ,୩୦।୯: ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ(ଏମ୍‌ୟୁଡିଏ) ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସମସ୍ୟା ବୃଦ୍ଧି ପାଇଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଲୋକାୟୁକ୍ତଙ୍କ ଏଫଆଇଆର ବିଷୟରେ ତଦାରଖ...

ସ୍ତ୍ରୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶର ଝାନ୍‌ସୀରେ ବଜାଜ ଫାଇନାନ୍ସର ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ୪୨ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଦୁଇମାସ ହେଲା ଟାର୍ଗେଟ...

ଚାଇନାର ନୂଆ ଚାଲ୍‌: ଭାରତର ବଢିଲା ଟେନ୍‌ସନ

ନୂଆଦିଲ୍ଲୀ,୩୦।୯: ଭାରତ ସୀମା ନିକଟରେ କ୍ଷେପଣାସ୍ତ୍ର ମାଡ଼ ରୋକିବାକୁ ଚାଇନା ଏକ ପରୀକ୍ଷା କରିଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) କରାକୋରମ ମାଳଭୂମି ନିକଟରେ ଏହି...

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ

ପୁଣେ,୩୦।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର...

ଟ୍ରେନରେ ଥାଇ ଜୋମାଟୋରେ ଅର୍ଡର କରିପାରିବେ ଖାଦ୍ୟ, ଏବେ ପ୍ରତି ଷ୍ଟେଶନରେ…

ନୂଆଦିଲ୍ଲୀ,୩୦।୯: ଯେତେବେଳେ ଆମେ କୌଣସି ଲମ୍ବା କିମ୍ବା କମ୍‌ ସମୟ ପାଇଁ ଟ୍ରେନରେ ଯାତ୍ରା କରୁ ସେତେବେଳ ଖାଇବା ନେଇ ଟେନଶନ ଥାଆନ୍ତି। କେତେବଳେ ଟ୍ରେନ...

ୟା.. ୟା.. ବନ୍ଦ କର, ଏଇଟା କଫି ଶପ୍‌ ନୁହେଁ କୋର୍ଟ, ଓକିଲଙ୍କୁ ହଠାତ୍‌ ଏମିତି କାହିଁକି କହିଲେ ଚନ୍ଦଚୂଡ

ନୂଆଦିଲ୍ଲୀ,୩୦।୯: ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସୋମବାର କୋର୍ଟରେ ବସିବା ମାତ୍ରେ ଗୋଟିଏ ପରେ ଗୋଟିଏ ପିଟିସନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ଏକ...

ଖାର୍ଗେଙ୍କ ଉପରେ ରାଗିଲେ ଶାହା! କହିଲେ ଏମିତି କଥା

ନୂଆଦିଲ୍ଲୀ,୩୦।୯: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବୃତ୍ତିକୁ ଟାର୍ଗେଟ କରି କହିଛନ୍ତି ଯେ ସେ ତାଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ...

ଚନ୍ଦ୍ର ପୃଷ୍ଠରେ ବି ପଡିଲା ଲକ ଡାଉନର ପ୍ରଭାବ! ଚମକାଇ ଦେଉଛି ବୈଜ୍ଞାନିକଙ୍କ ଗବେଷଣା

ନୂଆଦିଲ୍ଲୀ,୩୦।୯: କରୋନା ମହାମାରୀ ସମଗ୍ର ବିଶ୍ୱରେ ୨୦୨୦ରେ ଆତଙ୍କ ଖେଳାଇ ଦେଇଥିଲା। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱରେ ଲକ ଡାଉନ କରାଯାଇଥିଲା। ତେବେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri