ଘର କିଣିବା ସମୟରେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ: କେବେ ହେବାକୁ ପଡ଼ିବ ନାହିଁ ଚିନ୍ତିତ

ସୁଖମୟ ଜୀବନଯାପନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ କିଛି କହିଛନ୍ତି। ଜୀବନର ମୂଲ୍ୟଠାରୁ ଆରମ୍ଭ କରି ଘର କିଣିବା ପର୍ଯ୍ୟନ୍ତ ସେ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ଜଣେ ବ୍ୟକ୍ତି କେଉଁ ସ୍ଥାନରେ ଘର ନିର୍ମାଣ କରିବା ଉଚିତ୍‌ ଆଚାର୍ଯ୍ୟ ଚାଣକ୍ୟ ଏହାକୁ ଏକ ଶ୍ଳୋକ ମାଧ୍ୟମରେ କହିଛନ୍ତି।

धनिक: श्रोतियो राजा नदी वैद्यस्तु पंचम:।

पंच यत्र न विद्यन्ते तत्र दिवसं न वसेत्।।

=) ଚାଣକ୍ୟ କହିଛନ୍ତି ଯେ, ଧନୀ ପଡ଼ୋଶୀ ଥିବା ସ୍ଥାନରେ ଘର ନିର୍ମାଣ କରିବା ଉଚିତ। କାରଣ ଧନୀ ବ୍ୟକ୍ତିଙ୍କ ବାସସ୍ଥାନରେ ବ୍ୟବସାୟିକ ସ୍ଥିତି ସକରାତ୍ମକ ଅଟେ।

=) ସେ କହିଛନ୍ତି ଯେ, ଜଣେ ଶିକ୍ଷିତ ପଡ଼ୋଶୀ ହେବା ମଧ୍ୟ ସୁଖମୟ ଜୀବନ ଦେଇଥାଏ।

=) ଚାଣକ୍ୟ କହିଛନ୍ତି ଯେ, ଭଲ ସରକାରୀ ବ୍ୟବସ୍ଥା, ଅର୍ଥାତ ସରକାରଙ୍କ ପକ୍ଷରୁ ଭଲ ବ୍ୟବସ୍ଥା ଥିବା ସ୍ଥାନରେ ମଧ୍ୟ ଘର ରହିବା ଭଲ।

=) ଏଥି ସହିତ, ଚାଣକ୍ୟ କହିଛନ୍ତି ଯେ, ଘର ଏପରି ଏକ ସ୍ଥାନରେ ରହିବା ଉଚିତ ଯେଉଁଠାରେ ଜଳ ସହଜ ଉପଲବ୍ଧ ହୋଇପାରୁଥିବ। ଘର କିଣିଲା ବେଳେ ଏହା ମଧ୍ୟ ମନେ ରଖିବା ସେହି ସ୍ଥାନଟି ଡାକ୍ତରଖାନା ନିକଟରେ ହେବା ଉଚିତ୍‌।