ସାଉଥ୍‌ ସୁନ୍ଦରୀ କରୋନା ପଜିଟିଭ୍‌

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ କିିର୍ତୀ ସୁରେଶ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଅଛି ଏବଂ ଖୁବ୍‌ ଶୀଘ୍ର ଠିକ୍‌ ହୋଇଯିବେ ବୋଲି ସେ କହିଛନ୍ତି। ସମସ୍ତ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମୁଁ ସାମାନ୍ୟ ଲକ୍ଷଣରେ ସଂକ୍ରମିତ ହୋଇଛି। ବର୍ତ୍ତମାନ ଆଇସୋଲେଶନରେ ଅଛି। ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ଦୟାକରି ନିଜର କୋଭିଡ୍‌ ପରୀକ୍ଷା କରାଇ ନିଅନ୍ତୁ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଯଦି ଆପଣ ଏ ପର୍ଯ୍ୟନ୍ତ ଟିକା ନେଇ ନାହାଁନ୍ତି, ତେବେ ତୁରନ୍ତ ଟିକା ନିଅନ୍ତୁ।

 

Share