Categories: ଜାତୀୟ

ଯାହା ଅନୁମାନ କରୁଥିଲେ ହୁଏତ ଓଲଟା ଫଳ ମିଳିବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଆସନ୍ତା ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏବେ ଫଳାଫଳକୁ ନେଇ ପ୍ରାୟ ସବୁ ରାଜନୈତିକ ଦଳ ଅନୁମାନ ଲଗାଇବା ଆରମ୍ଭ କରିଛନ୍ତି। ତେବେ ରାଜଧାନୀ ଦିଲ୍ଲୀର ୭ଟି ଯାକ ଆସନରେ ଆମ୍‌ ଆଦମୀ ପାର୍ଟି(ଏଏପି) ବିଜୟ ଲାଭ କରିବାର ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଏବେ ଦଳ ମୁଖ୍ୟ କିଛି ଭିନ୍ନ ଆକଳନ କରିଛନ୍ତି। ନିକଟରେ ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ ନିଜ ଦଳକୁ ନେଇ ନିରାସା ଭାବ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି, ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଏଏପି ହାତକୁ ଆସିବାର ଥିଲା। ହେଲେ ଲାଗୁଛି ଶେଷ ପର୍ଯ୍ୟାୟରେ ସବୁ ଓଲଟ ପାଲଟ ହୋଇଯାଇଛି। ଅଧିକାଂଶ ଭୋଟ କଂଗ୍ରେସ ଖାତାକୁ ଯାଇଛି ବୋଲି ସେ ଅନୁମାନ କରିଛନ୍ତି। ତେବେ ଏଏପି କେତୋଟି ଆସନ ଅକ୍ତିୟାର କରିବ ତାକୁ ନେଇ ଏବେ ଚିନ୍ତାରେ ଅଛନ୍ତି କେଜରିଓ୍ବାଲ।

Share