Categories: ଜାତୀୟ

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା ଉପରେ ଆଲୋଚନା ହେଉଛି। ଏହାର ଦୁଇଟି କାରଣ ଅଛି। ଗୋଟିଏ କାରଣ ପାଇଁ ଅରବିନ୍ଦ କେଜରିୱାଲ ନଭେମ୍ବରରେ ନିର୍ବାଚନ ହେବାକୁ ସର୍ବସାଧାରଣରେ ଦାବି କରିଛନ୍ତି। ଦ୍ୱିତୀୟରେ, କେତେଜଣ ଭାଜପା ନେତା ମଧ୍ୟ ଏହା ଚାହୁଁଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହ ସେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। ତେବେ ନଭେମ୍ବରରେ ନିର୍ବାଚନ ହେଉ ବୋଲି ଭାଜପା ହାଇକମାଣ୍ଡ ଚାହୁଁନାହାଁନ୍ତି। ସେମାନେ ଏପର୍ଯ୍ୟନ୍ତ ନଭେମ୍ବର ପାଇଁ ପ୍ରସ୍ତୁତ ନୁହଁନ୍ତି । ଯେତେବେଳେ ବି ନିର୍ବାଚନ ଅନୁଷ୍ଠିତ ହେଉ, ଶାସକ ଆମ ଆଦମୀ ପାର୍ଟି ଆଜିଠାରୁ ଏହି ଅଭିଯାନ ଆରମ୍ଭ କରିଛି।

ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ହସ୍ତାନ୍ତର କରିବା ପରଦିନ ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିୱାଲ ‘ଜନତା କି ଅଦାଲତ’କୁ ଯାଇଛନ୍ତି। ୨୨ସେପ୍ଟେମ୍ବରରେ ‘ସଚ୍ଚୋଟତାର ସାର୍ଟିଫିକେଟ’ ସଂଗ୍ରହ ଅଭିଯାନ ଆରମ୍ଭ କରିବା ପାଇଁ କେଜରିୱାଲ ମଧ୍ୟ ବୁଝି ବିଚାରି ସ୍ଥାନ ଚୟନ କରିଥିଲେ। ଏହାଥିଲା ଦିଲ୍ଲୀର ଜନ୍ତର ମନ୍ତର। ସମସ୍ତେ ଜାଣନ୍ତି ଯେ ଆମ ଆଦମୀ ପାର୍ଟି ପାଇଁ ଏହି ସ୍ଥାନର ସାଙ୍କେତିକ ଗୁରୁତ୍ୱ ରହିଛି। କେଜରିୱାଲ ଏହାକୁ ମନେ ପକାଇବାକୁ ମଧ୍ୟ ଭୁଲି ନାହାଁନ୍ତି।
ସେ ନିଜର ଅଭିଭାଷଣ ଆରମ୍ଭ କରି କହିଥିଲେ, ଜନ୍ତର ମନ୍ତରକୁ ଆସିବା ପରେ ମୋର ପୁରୁଣା ଦିନ ମନେ ପଡିଗଲା ବୋଲି କହିଥିଲେ। ମୋର ତାରିଖ ମଧ୍ୟ ମନେ ଅଛି। ଏପ୍ରିଲ ୪,୨୦୧୧ରେ, ସ୍ବାଧୀନ ଭାରତର ଦୁର୍ନୀତି ବିରୋଧୀ ଆନ୍ଦୋଳନ ଏଠାରୁ ଆରମ୍ଭ ହୋଇଥିଲା।

Share