ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ତେବେ ପ୍ରାୟ ୯ ଘଣ୍ଟା ପଚରାଉଚରା ପରେ କେଜ୍ରିଓ୍ବାଲ ବାହାରକୁ ଆସିଛନ୍ତି।
କେଜ୍ରିଓ୍ବାଲ ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ ସିବିଆଇର ଦୁର୍ନୀତି ନିବାରଣ ଶାଖାର ପ୍ରଥମ ମହଲାରେ ଥିବା କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ପ୍ରାୟ ୯ ଘଣ୍ଟାର ପଚରାଉଚରା ପରେ ରାତି ୮.୩୦ ରେ କେଜ୍ରିଓ୍ବାଲ କାର୍ଯ୍ୟାଳୟରୁ ବାହାରକୁ ଆସିଥିଲେ।