Categories: ଜାତୀୟ

ଜାମିନ ମିଳିବା ସତ୍ତ୍ୱେ ଜେଲ୍‌ରୁ ବାହାରି ପାରିବେନି କେ୍‌ଜରିଓ୍ବାଲ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏକ୍ସାଇଜ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। କେଜ୍‌ରିଓ୍ବାଲ୍‌ ଇଡି ଗିରଫକୁ ଚ୍ୟାଲେଞ୍ଜ କରିଥିଲେ। ମଧ୍ୟବର୍ତ୍ତୀକାଳୀନ ଜାମିନ ପରେ ମଧ୍ୟ କେଜ୍‌ରିଓ୍ବାଲ୍‌ଙ୍କୁ ସିବିଆଇ ମାମଲାରେ ଜେଲରେ ରହିବାକୁ ପଡ଼ିବ।
ମାର୍ଚ୍ଚ ୨୧ରେ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଇଡି ଗିରଫ କରିଥିଲା। ତାଙ୍କୁ ଏହି ମାମଲାରେ ନିମ୍ନ ଅଦାଲତ ଜୁନ ୧୦ରେ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ।
ତେବେ ପରଦିନ ଇଡି ଦିଲ୍ଲୀ ହାଇକୋର୍ଟକୁ ଘୁଞ୍ଚାଇ ଦେଇଥିଲା। ହାଇକୋର୍ଟ ଏହି ମୁକ୍ତି ଉପରେ ସ୍ଥଗିତ ରଖିଛନ୍ତି। ଏହା ବିରୋଧରେ ସେ ଉଚ୍ଚ ନ୍ୟାୟାଳୟଙ୍କ ନିକଟକୁ ଯାଇଥିଲେ। ଏହା ଉପରେ ଶୁଣାଣି ହେବ।
ଜୁନ ୨୬ରେ ସିବିଆଇ ତାଙ୍କୁ ଏକ ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିଲା। ସେ ଏହି ଗିରଫଦାରୀକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ସୁପ୍ରିମକୋର୍ଟରେ ଇଡି ଗିରଫକୁ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଚ୍ୟାଲେଞ୍ଜ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି।

Share