Categories: ଜାତୀୟ

କେଜରିୱାଲଙ୍କ ଦାବି ୫ ବର୍ଷରେ ପୂରଣ କରିବେ ୨୦ ଲକ୍ଷ ରୋଜଗାର ଦେବାର ଲକ୍ଷ୍ୟ

ନୂଆଦିଲ୍ଲୀ,୯ ।୪: ଦିଲ୍ଲୀ ସରକାର ରୋଜଗାର ବଜେଟକୁ କାର୍ଯ୍ୟକାରୀ କରିବାକୁ ଏବେ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ବଜେଟରେ କରାଯାଇଥିବା ଘୋଷଣାକୁ କାର୍ଯ୍ୟରେ ପରିଣତ କରିବାକୁ ନେଇ ସମସ୍ତ ମନ୍ତ୍ରୀ, ସବୁ ବିଭାଗର ଅଧିକାରୀଙ୍କୁ ଗମ୍ଭିର ଭାବେ ଲକ୍ଷ୍ୟ ଓ ସମୟ ସୀମା ମଧ୍ୟରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ଆଲୋଚନା ପାଇଁ କେଜରିୱାଲ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚ ସ୍ତରୀୟ ସମିକ୍ଷା ବୈଠକ କରିଛନ୍ତି ।
କେଜରିୱାଲ କହିଛନ୍ତି, ଏହି ବଜେଟରେ ଆଗାମୀ ୫ ବର୍ଷ ମଧ୍ୟରେ ୨୦ ହଜାର ରୋଜଗାର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏଭଳି କାମ ଦେଶରେ ପ୍ରଥମଥର କରାଯାଉଛି । ଏବେ ଦେଶରେ ସବୁଠାରୁ ବଡ ସମସ୍ୟା ହେଲା ବେକାରି । ଏବେ ଦିଲ୍ଲୀ ସରକାର ଯେଉଁଭଳି ଭାବେ ଶିକ୍ଷା-ସ୍ୱାସ୍ଥ୍ୟ, ବିଜୁଳି-ପାଣିର ସୁବିଧା ଯୋଗାଇ ଦେଇଛନ୍ତି ସେହିଭଳି ଭାବେ ରୋଜଗାର ବି ଯୋଗାଇ ଦେବେ ବୋଲି କେଜରିୱାଲ କହିଛନ୍ତି ।

Share