Posted inଜାତୀୟ

କଟା ଘା’ରେ ଚୂନ ମାରିଲେ କେଜରିଓ୍ବାଲ, ଇସାରାରେ ରାହୁଲଙ୍କୁ କହିଦେଲେ ଏମିତି…

ନୂଆଦିଲ୍ଲୀ,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ସରିଛି। ଫଳାଫଳନୁସାରେ ଭାଜପା ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବକୁ ଯାଉଛି। କ୍ରମାଗତ ତୃତୀୟ ଥର ପାଇଁ ଭାଜପା ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍‌ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ।

ସେପଟେ ଆମ ଆଦମୀ ପାର୍ଟି (ଆପ) ନେତା ଅରବିନ୍ଦ କେଜରିଓ୍ବାଲ କଂଗ୍ରେସର ପରାଜୟକୁ ନେଇ କଟାକ୍ଷ କରିଛନ୍ତି। କଂଗ୍ରେସର କଟା ଘା’ରେ ଚୂନ ଦେଇ କେଜ୍ରିୱାଲ କହିଛନ୍ତି ଯେ, ନିର୍ବାଚନରେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍‌ ନୁହେଁ। ପ୍ରତ୍ୟେକ ନିର୍ବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍‌ ନୁହେଁ କାରଣ ପ୍ରତ୍ୟେକ ଆସନ ଏକ ଚ୍ୟାଲେଞ୍ଜ ଅଟେ।

ସୂଚନାଯୋଗ୍ୟ, ହରିୟାଣା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟକୁ ନେଇ ଅନେକ ଆଲୋଚନା ହୋଇଥିଲା। କିନ୍ତୁ ଶେଷରେ ଏହି ମେଣ୍ଟ ଗଠନ ହୋଇପାରିଲା ନାହିଁ। ଏହା ପରେ କେବଳ ଏଏପି ନିଜ ପ୍ରାର୍ଥୀଙ୍କୁ ୮୯ ଟି ଆସନରେ ଛିଡା କରାଇଥିଲା। ହେଲେ ଗୋଟିଏ ବି ଆସନ ଦଖଲ କରିପାରିଲା ନାହିଁ।

ନିର୍ବାଚନ ପ୍ରଚାର ସମୟରେ କେଜରିୱାଲ ଦାବି କରିଥିଲେ ଯେ ହରିୟାଣାରେ ସରକାର ଏଏପି ସମର୍ଥନ ବିନା ଗଠନ ହେବ ନାହିଁ, କିନ୍ତୁ ଫଳାଫଳ ମଧ୍ୟ ଏହି ଦାବିକୁ ଭୁଲ ପ୍ରମାଣିତ କରିଛି। କେଜ୍ରିୱାଲଙ୍କ ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ବଡ଼ ପରାଜୟ ସମ୍ମୁଖୀନ ହୋଇଛି। କଂଗ୍ରେସର ପରାଜୟ ପରେ ଏହି ବୟାନ ଏକ ଅପମାନଜନକ ପରି ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ କୋଟିର ଜିଏସ୍‌ଟି ଠକେଇ ମାମଲା: ୧୪ ସ୍ଥାନରେ ଚଢ଼ାଉ, ୩୩ ଗିରଫ

ଅହମଦାବାଦ, ୮।୧୦: ଅହମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଏସ୍‌ଟି ଠକେଇ ବିରୋଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଅହମ୍ମଦାବାଦ, ଜୁନାଗଡ଼, ସୁରଟ, ଖେଡ଼ା, ଭାବନଗର ଆଦି ସମେତ ଗୁଜରାଟର...

୨୦୧୪ରେ ଭାଜପା ସହ ମେଣ୍ଟ ପିଡିପି ପରାଜୟର କାରଣ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାନଚରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଶୋଚନୀୟ ପରାଜୟ ବରଣ କରିଛି। ଏହି ଦଳର ଆସନ ସଂଖ୍ୟା ୩କୁ...

ଭାଜପାକୁ ବଡ଼ ଝଟ୍‌କା ଦେଲା ଜମ୍ମୁ-କଶ୍ମୀର, କାରଣ ଥିଲା…

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ...

ହରିୟାଣାରେ ଧର୍ମେନ୍ଦ୍ରଙ୍କ କମାଲ, ଭାଜପାର ହ୍ୟାଟ୍ରିକ ବିଜୟ

ଚଣ୍ଡିଗଡ,୮।୧୦: ଭାରତୀୟ ଜନତା ପାର୍ଟି ଏକଜିଟ୍‌ ପୋଲ୍‌କୁ ଭୁଲ ପ୍ରମାଣିତ କରି ହରିୟାଣାରେ ପ୍ରଚଣ୍ଡ ବହୁମତ ସହ ହ୍ୟାଟ୍ରିକ ବିଜୟ ହାସଲ କରିଛି। ଭାଜପା ଯେଉଁଠି...

କ’ଣ ଏହି ଜିଲାପି ଓ ଜାଟ୍‌ ଫ୍ୟାକ୍ଟର? କଂଗ୍ରେସ ପାଇଁ ହରିୟାଣାରେ କଲା ଅଡୁଆ

ନୂଆଦିଲ୍ଲୀ,୮।୧୦: ହରିୟାଣା ନିର୍ବାଚନରେ ଦୁଇଟି ପ୍ରମୁଖ ଶଦ୍ଦ ଥିଲା ଜାଟ୍‌ ଓ ଜିଲାପି। କଂଗ୍ରେସ ଏହି ଦୁଇଟି ଉପରେ ବାଜି ଲଗାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ...

କଂଗ୍ରେସରେ ଯୋଗଦେବେ କି ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ, ଫଳାଫଳ ପରେ ଦେଲେ ବଡ଼ ବୟାନ…

ନୂଆଦିଲ୍ଲୀ,୮।୧୦: ହରିୟାଣା ଏବଂ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ହରିୟାଣାରେ ତୃତୀୟ ଥର ପାଇଁ...

ଆରଜି କର ହସପିଟାଲର ୫୦ ବରିଷ୍ଠ ଡାକ୍ତର ଦେଲେ ଇସ୍ତଫା

କୋଲକାତା,୮।୧୦: ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କ ସମର୍ଥନରେ ଆରଜି କର କଲେଜ ଏବଂ ହସପିଟାଲର ୫୦ ବରିଷ୍ଠ ଡାକ୍ତର ଇସ୍ତଫା ଦେଇଛନ୍ତି। ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର...

ଜମ୍ମୁ-କଶ୍ମୀରରେ କାମ ଦେଲାନି ୩୭୦, ବଡ଼ ଓଲଟପାଲଟ କଲେ ରାହୁଲ!

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ୯୦ ବିଧାନସଭା ଆସନରେ ଭୋଟ ଗଣନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏବେ ଯାଏ ନ୍ୟାଶନାଲ କନଫରେନ୍ସ ବା ଏନସି ଓ କଂଗ୍ରେସ ମେଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri