Posted inଜାତୀୟ

କେଜରିଓ୍ବାଲଙ୍କୁ ମିଳିଲା ଜାମିନ: କୋର୍ଟ ରଖିଲେ ବଡ଼ ସର୍ତ୍ତ, ଯାଇପାରିବେନି…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ଉଜ୍ୱଳ ଭୁୟାଁଙ୍କ ବେଞ୍ଚ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜୁନ ୨୬ରେ ଗିରଫ କରିଥିଲା। ଏହା ପରେ କେଜରିଓ୍ବାଲ ଏହି ଗିରଫଦାରୀକୁ ବେଆଇନ ବୋଲି ଜାମିନ ଆବେଦନ କରିଥିଲେ। ସେପ୍ଟେମ୍ବର ୫ ରେ ଶେଷ ଶୁଣାଣିରେ କୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। କେଜରିଓ୍ବାଲଙ୍କୁ ଜାମିନ ପ୍ରଦାନ କରିବାବେଳେ ସୁପ୍ରିମକୋର୍ଟ କହିଛନ୍ତି, ଚାର୍ଜସିଟ ଦାଖଲ ହୋଇସାରିଛି ଏବଂ ନିକଟ ଭବିଷ୍ୟତରେ ଏହାର ଶୁଣାଣି ଶେଷ ହେବ ନାହିଁ, ତେଣୁ ତାଙ୍କୁ ଦୀର୍ଘ ସମୟ ଜେଲରେ ରଖିବାର କୌଣସି ଯଥାର୍ଥତା ନାହିଁ। ତାଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ।

ଏକ୍ସାଇଜ ପଲିସି ସ୍କାମ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦୁଇଟି ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି। ପ୍ରଥମ ଆବେଦନ ଉପରେ କୋର୍ଟ ସିବିଆଇ ଗିରଫକୁ ବୈଧ ବୋଲି ବିବେଚନା କରିଥିଲେ। ଦ୍ୱିତୀୟ ଆବେଦନ ଉପରେ ଏହି ରାୟ ଦେବାବେଳେ ବୋର୍ଡ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିଛି।

ସୂଚନାଯୋଗ୍ୟ, କେଜରିୱାଲ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ପଞ୍ଜିକୃତ ହୋଇଥିବା ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ନାମଞ୍ଜୁର ହେବାରୁ ଦୁଇଟି ପୃଥକ ଆବେଦନ କରିଥିଲେ।

ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଏକ ବେଞ୍ଚ ଉଭୟ ଆବେଦନ ଉପରେ ଏହି ରାୟ ପ୍ରଦାନ କରିଛି। ଏହି ବେଞ୍ଚରେ ଜଷ୍ଟିସ ଉଜ୍ୱଳ ଭୁୟାଁ ମଧ୍ୟ ସାମିଲ ଅଛନ୍ତି। ସେପ୍ଟେମ୍ବର ୫ରେ କେଜରିୱାଲଙ୍କ ଆବେଦନ ଉପରେ ଏହି ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାରେ ସିବିଆଇ ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟଙ୍କୁ ଜୁନ ୨୬ରେ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

ରାହୁଲଙ୍କୁ କାହିଁକି ଭାଇରସ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ୨୫ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶେରାୱାଲି କହି ରାଲିରେ ନିଜର...

ପାକିସ୍ତାନ ଉପରେ ବର୍ଷିଲେ ମୋଦି କହିଲେ, ଜମ୍ମୁ-କଶ୍ମୀରେ ଲାଗୁ ହେବାକୁ ଦେବୁ ନାହିଁ…

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରି ମୋଦି କଂଗ୍ରେସ, ନାଶନାଲ କନଫରେନ୍ସ ଏବଂ ପିଡିପି ଉପରେ ଖୁବ ବର୍ଷିଛନ୍ତି। ପାକିସ୍ତାନ...

ପାକିସ୍ତାନକୁ ସିଧା ଜବାବ ଦେବେ ମୋଦି

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀର ନିର୍ବାଚନ ମଧ୍ୟରେ ପଡୋଶୀ ଦେଶରୁ ଧାରା ୩୭୦କୁ ନେଇ ଏକ ବିବାଦୀୟ ବିବୃତ୍ତି ଆସିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ...

ଭାରତର ଏହି ସ୍ଥାନରେ ଅଧିକ ବ୍ୟବହାର ହେଉଛି କଣ୍ଡୋମ, ନାଁ ଜାଣିଲେ…

ନୂଆଦିଲ୍ଲୀ,୧୯।୯: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପ୍ରତ୍ୟେକ ଥର ଏକ ରିପୋର୍ଟ ପ୍ରକାଶ କରେ, ଯେଉଁଥିରେ ଏହା କୁହାଯାଇଛି ଯେ ଭାରତରେ କଣ୍ଡୋମ ବିନା ଯୌନ...

ସମ୍ବିଧାନରେ ସଂଶୋଧନ ପାଇଁ ମୋଦି ସରକାରଙ୍କ ପାଖରେ ସଂଖ୍ୟା ନାହିଁ, କେମିତି ପୂରଣ ହେବ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ’ର ସ୍ବପ୍ନ…

ନୂଆଦିଲ୍ଲୀ,୧୯ା୯: ସମ୍ବିଧାନରେ ସଂଶୋଧନ କରିବାକୁ ମୋଦି ସରକାରଙ୍କ ପାଖରେ ସଂଖ୍ୟା ନାହିଁ, ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍ସନ ସ୍ବପ୍ନ କିପରି ପୂରଣ ହେବ? ଏହି ଯୋଜନାରେ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’ ପରେ ଯଦି ଭାଙ୍ଗିଯବ ସରକାର ତେବେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ଓ୍ବାନ ନେଶନ ଓ୍ବାନ ଇଲେକ୍ସନ ନିର୍ବାଚନ ପ୍ରସ୍ତାବକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଛି। ଏହାକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri