Posted inଜାତୀୟ

କେଜ୍‌ରିଓ୍ବାଲଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି, ଏହି ୫ କଥାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୮ା୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିନି ଦିନ ଧରି ସିବିଆଇର ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ୨୫ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିବିଆଇ ତାଙ୍କୁ ତିହାର ଜେଲରେ ପଚରାଉଚରା କରିଥିଲା। ତା’ପରେ ପରଦିନ ସେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ ଏବଂ ଭ୍ୟାକେସନ ବେଞ୍ଚ ଜଜ୍‌ ଅମିତାଭ ରାଓ୍ବତ ସିବିଆଇକୁ ତିନି ଦିନ ଜେଲ୍‌ରେ ରହିବାକୁ ଅନୁମତି ଦେଇଥିଲେ। ଏହା ସହିତ କେଜ୍‌ରିଓ୍ବାଲଙ୍କୁ କୋର୍ଟ ମଧ୍ୟ କିଛି ଆଶ୍ୱସ୍ତି ଦେଇଛନ୍ତି।

କେଜ୍‌ରିଓ୍ବାଲ କୋର୍ଟଙ୍କଠାରୁ କିଛି ଅନୁମତି ମାଗିଥିଲେ।

ଏହି ୫ ଅନୁମତିଗୁଡ଼ିକ ହେଲା…
୧. କେଜ୍‌ରିଓ୍ବାଲ ଜେଲ୍‌କୁ ତାଙ୍କର ଔଷଧ ନେଇପାରିବେ।
୨. ସେ ନିଜ ଚଷମା ପାଖରେ ରଖିପାରିବେ।
୩. ଘରୁ ଆସିଥିବା ଖାଦ୍ୟ ଖାଇପାରିବେ।
୪. ପ୍ରତିଦିନ ଏକ ଘଣ୍ଟା ପାଇଁ ତାଙ୍କ ସ୍ତ୍ରୀ ଏବଂ ଓକିଲଙ୍କୁ ଭେଟି ପାରିବେ।
୫. ଜେଲ୍‌ରେ କେଜ୍‌ରିଓ୍ବାଲଙ୍କୁ ଶ୍ରୀମଦ ଭଗବଦ ଗୀତା ପ୍ରଦାନ ପାଇଁ ଅନୁମତି ଦିଆଯାଇଛି।

ଜଷ୍ଟିସ ଅମିତାଭ ତାଙ୍କୁ ଏହି ପାଞ୍ଚ କଥା ଉପରେ ଛାଡ଼ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା, ୨୪ ଘଣ୍ଟାରେ ଘଡ଼ଘଡ଼ିରେ ୯ ଜଣଙ୍କ ମୃତ୍ୟୁ

ପାଟନା, ୦୬।୦୭: ପ୍ରବଳ ବର୍ଷା କାରଣରୁ ବିହାରର କିଛି ଜିଲା ଜଳାର୍ଣ୍ଣବ ହୋଇଛି । ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇଛି । ଫଳରେ...

‘ପ୍ରଧାନମନ୍ତ୍ରୀ-ଶିକ୍ଷାମନ୍ତ୍ରୀ ଅସମ୍ବେଦନଶୀଳ’, ସରକାରଙ୍କୁ ଟାର୍ଗେଟ କଲେ ଜୟରାମ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ପରୀକ୍ଷା ସହିତ ଜଡିତ ଏକ ବଡ ଅପଡେଟ ଆସିଛି। ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ୟୁଜି କାଉନସିଲିଂକୁ ସ୍ଥଗିତ...

ପୋଷ୍ଟପୋନ ହେଲା ନିଟ ୟୁଜି କାଉନସେଲିଂ, ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ,୬।୭: ନିଟ ୟୁଜି ୨୦୨୪ର କାଉନସେଲିଂକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛ। ଏଥିପାଇଁ ଅଲ ଇଣ୍ଡିଆ କୋଟା (ଏଆଇକ୍ୟୁ) ସିଟ କାଉନସେଲିଂ ଶନିବାର ଅର୍ଥାତ୍‌...

ଅଗ୍ନିବୀର vs ଯବାନ: ମିଳେ କେତେ ଦରମା, ଶହୀଦ ପରେ ମିଳିଥାଏ କି ସୁବିଧା

ନୂଆଦିଲ୍ଲୀ,୬।୭: ଦେଶରେ ଅଗ୍ନିବୀର ଯୋଜନାକୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହି ଯୋଜନାକୁ ସରକାର ଦେଶ ପାଇଁ ଲାଭକାରୀ କହୁଥିବାବେଳେ ବିରୋଧୀ ଲଗାତାର ଏହାକୁ...

ଲାଲୁଙ୍କୁ ଟାର୍ଗେଟ କଲେ ଚିରାଗ

ନୂଆଦିଲ୍ଲୀ,୬।୭: ରାଷ୍ଟ୍ରୀୟ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସରେ ଲାଲୁ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଦୁର୍ବଳ ଏବଂ...

ମୁଁ ବିଶ୍ୱରେ ଅଛି, ଗିରଫ କରିବା କଥା ଯଦି ଆସନ୍ତୁ, ଚ୍ୟାଲେଞ୍ଜ ଦେଲେ ମହୁଆ

କୋଲକାତା,୬।୭: ଟିଏମସି ଏମପି ମହୁଆ ମୋଇତ୍ର ବର୍ତ୍ତମାନ ଏକ ନୂଆ ଅସୁବିଧାରେ ପଡ଼ିଛନ୍ତି। ନ୍ୟାସନାଲ କମିଶନ ଫର ଓମେନ (ଏନସିଡବ୍ଲୁ) ଅଧ୍ୟକ୍ଷ ରେଖା ଶର୍ମାଙ୍କ ବିରୋଧରେ...

ମାତ୍ର ୧୦ଟଙ୍କା ନିବେଶ କରି ହେବେ ମାଲାମାଲ, ଆବଶ୍ୟକ ସମୟରେ ମିଳିବ ୧୬ ଲକ୍ଷ

ନୂଆଦିଲ୍ଲୀ,୬।୭: ଯେଉଁମାନେ ସବୁବେଳେ ଭବିଷ୍ୟତ ବିଷୟରେ ଚିନ୍ତିତ, ସେମାନଙ୍କୁ ଏହି ଖବର ଆଶ୍ୱସ୍ତି ଦେଇପାରେ। କାରଣ ଡାକଘର ଯୋଜନା ଆପଣଙ୍କୁ ଆବଶ୍ୟକ ସମୟରେ ୧୬ଲକ୍ଷ ଟଙ୍କା...

ରାଜ୍ୟରେ ରହିବ ନାହିଁ ବେରୋଜଗାରୀ, ସରକାର କରୁଛନ୍ତି ଯୋଜନା

ଲକ୍ଷ୍ନୌ,୬।୭: ଲୋକ ସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ଉତ୍ତରପ୍ରଦେଶର ଯୋଗୀ ସରକାର କିଛି ଯୋଜନା କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri