Categories: ଜାତୀୟ

କଂଗ୍ରେସ ବିରୋଧରେ କିଛି ନ ଲେଖିବାକୁ ଏଏପି ସୋସିଆଲ ଟିମ୍‌କୁ କେଜରିଓ୍ବାଲଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୯।୭ : ବେଙ୍ଗାଲୁରୁରେ ୨୬ ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହେବାପରେ ଏଏପି କଂଗ୍ରେସ ପ୍ରତି ନିଜର ଆଭିମୁଖ୍ୟରେ କେତେକ ପରିବର୍ତ୍ତନ ଆଣିଛି।

ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଦଳର ସୋସିଆଲ ମିଡିଆ ଟିମ୍‌କୁ କେତେକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁସାରେ ଟିମ୍‌କୁ କଂଗ୍ରେସ ବିରୋଧରେ ଟୁଇଟ ନ କରିବାକୁ କହିଛନ୍ତି।

ସୋସିଆଲ ମିଡିଆରେ ତଥା ଗଣମାଧ୍ୟମରେ ଏଏପି ନେତାଙ୍କ ଦ୍ୱାରା ଦଳ ବିରୋଧୀ ବିବୃତ୍ତିର ନିର୍ଦ୍ଦିଷ୍ଟ ଉଦାହରଣ ସମ୍ପର୍କରେ ଅରବିନ୍ଦ କେଜରିୱାଲଙ୍କୁ କଂଗ୍ରେସର ବରିଷ୍ଠ ନେତାମାନେ ସୂଚନା ଦେଇଥିଲେ। ଏହା ପରେ ହିଁ ଏଏପିର ଶୀର୍ଷ ନେତୃତ୍ୱ ଏହାର ସୋସିଆଲ ମିଡିଆ ଦଳକୁ କଂଗ୍ରେସ ଉପରେ ଆକ୍ରମଣରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଏପି ସୂତ୍ରରୁ ପ୍ରକାଶ, ନିକଟ ଭବିଷ୍ୟତରେ କଂଗ୍ରେସ ବିରୋଧୀ କୌଣସି ତଥ୍ୟ ନ ଦେବାକୁ ସୋସିଆଲ ମିଡିଆ ଦଳକୁ ନିର୍ଦ୍ଦେଶ ଦିଆଯାଇଛି।

Share