ମୁମ୍ବାଇ,୨୬।୪ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବଙ୍ଗଳାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବଡ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଅରବିନ୍ଦ କେଜରିୱାଲ ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ। ଏହାପୂର୍ବରୁ ଏଏପି ଅଭିଯୋଗ କରିଥିଲା ଦେଶର ବଡ଼ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କେଜରିୱାଲଙ୍କ ଘର ଉପରେ ଆଲୋଚନା ହେଉଛି।
ଏଥି ସହ ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ମଧ୍ୟରେ ପାୱାର କହିଛନ୍ତି ମୁଖ୍ୟନ୍ତ୍ରୀ ପରିବର୍ତ୍ତନ ବିଷୟରେ ସଞ୍ଜୟ ରାଉତ ଯାହା କହିଛନ୍ତି ତାହା କେବଳ ତାଙ୍କ ନିଜସ୍ବ ମତାମତ। ଏ ବିଷୟରେ ସେମାନଙ୍କର ପାଖରେ କୌଣସି ସୂଚନା ନାହିଁ। ଅଜିତ ପାୱାର ନିଜେ ମଧ୍ୟ କହିଛନ୍ତି ତାଙ୍କୁ ଭବିଷ୍ୟତର ମୁଖ୍ୟମନ୍ତ୍ରୀ ବୋଲି ଦର୍ଶାଇ ପୋଷ୍ଟର ଲଗାଇବା ପାଗଳାମି ଅଟେ।