Categories: ଜାତୀୟ

କେଜରିଓ୍ବାଲ-ଖୁସବୁ ସୁନ୍ଦର ଆରୋପ ପ୍ରତ୍ୟାରୋପ…

ନୂଆଦିଲ୍ଲୀ,୨୦।୫ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶିକ୍ଷିତ ବୋଲି କହିବା ପରେ ଭାଜପା ନେତା ଖୁସବୁ ସୁନ୍ଦର କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖୁସବୁ କହିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ହଠାତ ଉଚ୍ଚ ପଦବୀ ଏବଂ ଟଙ୍କା ପାଆନ୍ତି, ସେତେବେଳେ ସେ କେଜରିୱାଲଙ୍କ ପରି ଅହଂକାରୀ ହୋଇ ଯାଆନ୍ତି।

ଅନେକ ରାଜନୈତିକ କାରଣରୁ ଦିଲ୍ଲୀ କେଜରିଓ୍ବାଲ ଆଜିକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ବର୍ତ୍ତମାନ ଭାରତରେ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରାଯିବା ଘୋଷଣା କରିଛନ୍ତି। ଏହାପୂର୍ବରୁ ୨୦୧୬ ରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଅନେକ ରାଜନୈତିକ ଦଳ ବିରୋଧ କରିଛନ୍ତି।

ଏଭଳି ପରିସ୍ଥିତିରେ କେଜରିୱାଲ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ପ୍ରଥମେ ୨ ହଜାର ଟଙ୍କିଆ ନୋଟ ଆଣି ଦୁର୍ନୀତି ବନ୍ଦ କରିବାକୁ ସରକାର କହିଥିଲେ। ବର୍ତ୍ତମାନ ସେମାନେ କହୁଛନ୍ତି ୨ ହଜାର ଟଙ୍କିଆ ନୋଟ ବନ୍ଦ କରି ଦୁର୍ନୀତି ଶେଷ କରିବା ସମାନ କଥା କହୁଛନ୍ତି। ସେଥିପାଇଁ ଆମେ କହୁଛୁ, ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଉଚିତ। ଜଣେ ଅଶିକ୍ଷିତ ପ୍ରଧାନମନ୍ତ୍ରୀ କିଛି ମଧ୍ୟ କହିପାରିବେ। ସେ କିଛି ବୁଝନ୍ତି ନାହିଁ। ସେଥିପାଇଁ ଜନସାଧାରଣଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡିବ।

କେଜରିୱାଲଙ୍କ ଏହି ବିବୃତ୍ତି ପରେ ଭାଜପା ନେତା ଖୁସବୁ ଟୁଇଟ କରି କହିଛନ୍ତି, ଏହା ତୁମର ଅହଂକାରର ଏକ ପ୍ରଦର୍ଶନ! ଆମର ରାଜନୈତିକ ମତଭେଦ ଅବା ଆଦର୍ଶରେ ପାର୍ଥକ୍ୟ ଯାହା ବି ହୋଇପାରେ। ମାତ୍ର ପ୍ରଧାନମନ୍ତ୍ରୀଙ୍କ ପଦବୀକୁ ସମ୍ମାନ ଦିଆଯିବା ଉଚିତ। ଏହିପରି ଭାଷା ଗ୍ରହଣୀୟ ନୁହେଁ । ସେଥିପାଇଁ ଏହା କୁହାଯାଏ, ଚିନ୍ତା କରିବା ପରେ ଭୋଟ ଦିଆଯିବା ଉଚିତ। ନଚେତ ତୁମ ପରି ଲୋକ କ୍ଷମତା ଏବଂ ଟଙ୍କା ପାଇବାେ ପରେ ଏଭଳି ମନ ଇଛା କାମ କରିଥାନ୍ତି।

Share