କରୋନାରେ ମୃତ୍ୟୁ ହୋଇଥିଲେ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଏକ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଆର୍ଥିକ ସହାୟତା ପାଇଁ ଦିଲ୍ଲୀ ସରକାରଙ୍କ ଲୋକ ଘରେ ଘରେ ପହଞ୍ଚି ଏହା ଯୋଗାଇ ଦେବେ । ସେହିପରି ଯେଉଁପିଲାମାନଙ୍କ ମାତାପିତା କରୋନରେ ମୃତ୍ୟୁ ବରଣ କରିଛନ୍ତି ସେଭଳି ପିଲାଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିମାସରେ ଅଢେଇ ହଜାର ଟଙ୍କା ପ୍ରଦାନ କରାଯିବ । ଯଦି କୌଣସି ପିଲାଙ୍କର ମାତା ଅବା ପିତା କାହାର ମୃତ୍ୟୁ ପୂର୍ବରୁ ହୋଇ ଯାଇଥିବ ଓ ଏବେ ଅନ୍ୟ ଜଣଙ୍କର ମୃତ୍ୟୁ କରୋନା ଯାଗୁ ହୋଇଥିବ ସେଭଳି ପିଲାଙ୍କୁ ବି ଏହି ରାଶି ମିଳିବ । ଅନ୍ୟପଟେ ଯଦି ପରିବାରର ମୁଖ୍ୟ ରୋଜଗାରିଆ ସଦସ୍ୟଙ୍କର କରୋନାରେ ମୃତ୍ୟୁହୋଇଥିବ ସେମାନଙ୍କୁ ମଧ୍ୟ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ହେଲ ଏହାର ପରିମାଣ ସମ୍ପର୍କରେ ସେ ସ୍ପଷ୍ଟ କରି ନାହାଁନ୍ତି । ତେବେ ଏହି ଅନୁଦାନ ରାଶି ପାଇବା ପାଇଁ ଯେଉଁ କାଗଜ ପତ୍ର କାମ ରହିଛି ସେଥିରେ ଯେମିତି ସରକାରୀ କର୍ମଚାରୀମାନେ କୌଣସି ଖିଅ ନ ବାହାର କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାରଣ ଦିଲ୍ଲୀ ସରକାର ଲୋକଙ୍କ ସେବା କରିବାକୁ ରହିଛି ନୁହେଁ କି ସେମାନଙ୍କୁ ହଇରାଣ କରିବାକୁ ।

Share