Advertisement

ଆସନ୍ତା ବର୍ଷ ଅବସର ନେବେ ମୋଦି, ଅମିତ ଶାହାଙ୍କୁ ନେଇ ବଡ ଭବିଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ମୁଁ ତୁମ ସମସ୍ତଙ୍କ ମଧ୍ୟରେ ଫେରିଥିବାରୁ ବହୁତ ଖୁସି। ଆମ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ହେବ। ସେ କହିଛନ୍ତି ଯେ ମୁଁ ମୋର ସମ୍ପୂର୍ଣ୍ଣ ଶକ୍ତି ସହିତ ଲଢିବି, ମୋର ଦେଶର ୧୪୦କୋଟି ଲୋକଙ୍କ ସମର୍ଥନ ଦରକାର।
ମୁଖ୍ୟମନ୍ତ୍ରୀ କେଜରିୱାଲ ଭାଜପାକୁ ପ୍ରଶ୍ନ କରିଛନ୍ତି ତୁମର ପ୍ରଧାନମନ୍ତ୍ରୀ କିଏ ହେବ। ଆପଣ ହୁଏତ ଭାବୁଥିବେ ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ ନା, ଆସନ୍ତା ବର୍ଷ ମୋଦି ୭୫ ବର୍ଷ ବୟସ ଅତିକ୍ରମ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ଭାଜପା ଭିତରେ ଏକ ନିୟମ କରିଛନ୍ତି ଯେ ୭୫ ବର୍ଷ ବୟସ ପରେ ସେ ଅବସର ଗ୍ରହଣ କରିବେ। ପ୍ରଥମେ ଲାଲ କୃଷ୍ଣ ଆଡଭାନୀ ଏବଂ ପରେ ଅବସର ନେଇଛନ୍ତି ମୁରଲି ମନୋହର ଯୋଶୀ।
କେଜ୍ରିୱାଲ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଯଦି ଭାଜପା ସରକାର ଗଠନ କରେ ତେବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share