Categories: ଜାତୀୟ

କେଜ୍‌ରିଓ୍ବାଲ୍‌ଙ୍କୁ ମିଳିପାରେ ଆଶ୍ୱସ୍ତି

ମୁମ୍ବାଇ,୧୫।୪: ଦିଲ୍ଲୀର ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆବେଦନ ଶୁଣାଣି କରିବେ। କେଜ୍‌ରିଓ୍ବାଲ ଇଡି ଗିରଫ କରିବା ଏବଂ ଜେଲରେ ରଖିବା ନିଷ୍ପତ୍ତିକୁ ବୈଧ କରିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଛନ୍ତି।
ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଇଡି ଏହି ନିୟମ ପାଳନ କରିଛି। ଅଦାଲତ କହିଛନ୍ତି,”ଆମ ସମ୍ମୁଖରେ ରଖାଯାଇଥିବା ଫାଇଲ ଏବଂ ପ୍ରମାଣ ଦର୍ଶାଏ ଯେ ଇଡି ଆଇନ ପାଳନ କରିଛି। ଟ୍ରାଏଲ କୋର୍ଟର ଆଦେଶ ଦୁଇ ଧାଡିର ଆଦେଶ ନୁହେଁ।
ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରାଯାଇଥିଲା। ଏହା ପରେ କୋର୍ଟ କେଜ୍‌ରିଓ୍ବାଲଙ୍କୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ ଏବଂ ସେ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି। ଏହି ନୀତି କାର୍ଯ୍ୟକାରୀ ତଥା ପ୍ରସ୍ତୁତିରେ ଅନିୟମିତତା ହୋଇଥିବା କେନ୍ଦ୍ରୀୟ ଏଜେନ୍ସି ଦାବି କରିଛି।
ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଏବଂ ଅର୍ଥ ହେରଫେର ଅଭିଯୋଗ ହୋଇଛି ବୋଲି ଇଡି ଅଭିଯୋଗ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଏହାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି କହିଛି ଏବଂ ଏଥିରେ ବହୁ ବଡ ନେତା ତଥା ମନ୍ତ୍ରୀ ମଧ୍ୟ ଏଥିରେ ଜଡିତ ଥିବା କହିଛନ୍ତି।

Share