Categories: ଜାତୀୟ

ଉଦ୍ଧବଙ୍କୁ ଭେଟି କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ଲୋଡ଼ିଲେ କେଜ୍‌ରିଓ୍ବାଲ

ମୁମ୍ବାଇ,୨୪।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ମୁମ୍ବାଇସ୍ଥିତ ବାସଭବନରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ଏହି ସମୟରେ, କେଜ୍‌ରିଓ୍ବାଲ ଜାତୀୟ ରାଜଧାନୀ ଅଞ୍ଚଳରେ ସେବା ନିୟନ୍ତ୍ରଣ ଉପରେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି (ଏଏପି)ର ଲଢେଇରେ ଉଦ୍ଧବଙ୍କ ସମର୍ଥନ ଲୋଡିଥିଲେ। ଉଦ୍ଧବଙ୍କ ସହିତ ସାକ୍ଷାତ ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଏଏପିର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଏବଂ ରାଘବ ଚଡ୍ଡା ଏବଂ ଦିଲ୍ଲୀ ସରକାରୀରେ ମନ୍ତ୍ରୀ ଅତିଶୀ ମଧ୍ୟ ଉପସ୍ଥିତି ଥିଲେ।

Share