Categories: ଜାତୀୟ

ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୨।୭: ଯମୁନା ନଦୀରେ ଜଳ ସ୍ତର ବୃଦ୍ଧି ହେତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଯମୁନା ଜଳ ସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିବା ପରେ କେଜ୍‌ରିୱାଲ ଜରୁରୀ ବୈଠକ ଡକାଇ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।
ସୂଚନାନୁସାରେ, କେଜ୍‌ରିୱାଲ ଏହି ବୈଠକରେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ଏବଂ ରିଲିଫ ସାମଗ୍ରୀ ବଣ୍ଟନ ପ୍ରସଙ୍ଗ ଉପରେ ଧ୍ୟାନ ଦେଇଛନ୍ତି। କେଜ୍‌ରିୱାଲ କହିଛନ୍ତି, ଯମୁନାର ଜଳ ସ୍ତର ବଢୁଛି ଏବଂ ବନ୍ୟା ପରିସ୍ଥିତି ଉପୁଜିଛି। ଯମୁନା ନଦୀର ବିପଦ ସଙ୍କେତ ୨୦୫.୩୩ ମିଟର ଏବଂ ବର୍ତ୍ତମାନ ଯମୁନାର ଜଳ ସ୍ତର ୨୦୭.୭୧ ମିଟରରେ ପହଞ୍ଚିଛି। ଶେଷ ଥର ପାଇଁ ୧୯୭୮ରେ ଯମୁନାର ଜଳ ସ୍ତର ଏତେ ୧୦୭.୪୯ ମିଟର ଥିଲା।
କେଜ୍‌ରିୱାଲ କହିଛନ୍ତି, ତଳି ଅଞ୍ଚଳରେ ରହୁଥିବା ତୁରନ୍ତ ସେମାନଙ୍କ ଘର ଖାଲି କରନ୍ତୁ। ସମଗ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଦ୍ରୁତ ଗତିରେ ଚେଷ୍ଟା କରୁଛନ୍ତି। ଆମେ ମଧ୍ୟ ଏସ୍‌ଡିଆରଏଫ୍‌ ଦଳକୁ ରିଜର୍ଭରେ ରହିବାକୁ କହିଛୁ। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଜୀବନ ରକ୍ଷା କରିବା।

Share