Categories: ଜାତୀୟ

୧୧୫ ନିଖୋଜ ଆନ୍ଦୋଳନକାରୀଙ୍କ ତାଲିକା ଜାରି କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୩।୨: କୃଷି ଆଇନକୁ ବିରୋଧରେ ଦେଶରେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଜାନୁୟାରୀ ୨୬ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାକୁ ନେଇ ପୋଲିସ ପକ୍ଷରୁ କେତେକ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ କରାଯାଉଛି। ଅପରପକ୍ଷରେ ରାଲି ପରେ ନିଖୋଜ ଥିବା ଆନ୍ଦୋଳନକାରୀଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏହି ମର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ବୁଧବାର ଏକ ଡିଜିଟାଲ ଗଣମାଧ୍ୟମ ସମ୍ମିଳନୀରେ ନିଖୋଜ ଥିବା ୧୧୫ ଜଣ ଆନ୍ଦୋଳନକାରୀଙ୍କ ତାଲିକା ଜାରି କରାଯାଇଛି। ନିଖୋଜମାନେ ଘରକୁ ଫେରି ନାହାନ୍ତି। ନିଖୋଜଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହୋଇପାରୁ ନ ଥିବା କେଜରିଓ୍ବାଲ କରିଛନ୍ତି। ସେମାନଙ୍କ ପରିବାର ସଦସ୍ୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ତାଲିକାରେ ନିଖୋଜଙ୍କ ନାମ ସହିତ ପିତାଙ୍କ ନାମ ଉଲ୍ଲେଖ ହୋଇଛି।

Share