Categories: ଜାତୀୟ

ସିସୋଡିଆଙ୍କୁ ମନେପକାଇଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୬।୧୧: ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ପ୍ରତିଷ୍ଠା ଦିବସରେ ଦଳର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ଉମମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମନେ ପକାଇଛନ୍ତି। ଦଳର ପ୍ରତିଷ୍ଠା ଦିବସରେ ସେ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି ବୋଲି କେଜ୍‌ରିଓ୍ବାଲ୍‌ କହିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଆମ ଆଦମୀ ପାର୍ଟି ହେଉଛି ଦେଶର ଦ୍ରୁତତମ ବୃଦ୍ଧି ପାଉଥିବା ଦଳ। ଆମ ଦଳକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଉଛି। ଦଳର ସମସ୍ତ ନେତାଙ୍କ ପାଇଁ ମୁଁ ଗର୍ବିତ, ଯେଉଁମାନେ ଭାରତୀୟ ଜନତା ପାର୍ଟିକୁ ଭୟ କରୁ ନ ଥିଲେ।
କେଜ୍‌ରିୱାଲ କହିଛନ୍ତି, ଏହି ୧୧ ବର୍ଷରେ ଆମ ବିରୋଧରେ ୨୫୦ଟି ନକଲି ମାମଲା ରୁଜୁ ହୋଇଛି। ଆମେ ଦେଶର ରାଜନୀତିରେ ପରିବର୍ତ୍ତନ କରିଛୁ। ଯେଉଁଠାରେ ଦେଶରେ ରାଜନୀତି ଜାତି ଓ ଧର୍ମ ନାମରେ ଲଢେଇ ହେଉଥିଲା, ଆମେ ଦେଶରେ ଉତ୍ତମ ଶିକ୍ଷା ରାଜନୀତି ଉପରେ ଗୁରୁତ୍ୱ ଦେଇଥିଲୁ। ଆମର ଉଦ୍ଦେଶ୍ୟ ଶକ୍ତିଶାଳୀ।
ସୂଚନାଯୋଗ୍ୟ, ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଡିଆ ଏବେ ଜେଲ୍‌ରେ ଅଛନ୍ତି।

Share