ଅହମଦାବାଦ,୧୬।୪ : ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଏଏପି ନେତା ସଞ୍ଜୟ ସିଂଙ୍କୁ ସମନ ଜାରି କରିଛନ୍ତି। ଏକ ମାନହାନି ମାମଲାରେ ଏହି ସମନ ଜାରି କରାଯାଇଛି। ବାସ୍ତବରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗରେ ଦର୍ଶାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ପ୍ରସଙ୍ଗରେ କେଜରିୱାଲ ଏବଂ ସଞ୍ଜୟ ସିଂ ବିଶ୍ୱବିଦ୍ୟାଳୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି।
ଗୁଜରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପୀୟୁଷ ପଟେଲଙ୍କ ଅଭିଯୋଗରେ ପୋଲିସ ଆଇପିସିର ଧାରା ୫୦୦ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଅଭିଯୋଗରେ ଦର୍ଶାଯାଇଛି , ଖବରଦାତାଙ୍କୁ ତଥା ଟୁଇଟର ହ୍ୟାଣ୍ଡେଲରେ କେଜରିୱାଲ ଏବଂ ସଞ୍ଜୟ ବିଶ୍ୱବିଦ୍ୟାଳୟ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏହା ଯୋଗୁ ସମ୍ମାନଜନକ ଅନୁଷ୍ଠାନର ଭାବମୂର୍ତ୍ତି ନଷ୍ଟ ହୋଇଛି। ଯେଉଁଥିରେ ଅହମଦାବାଦ କୋର୍ଟର ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ ଜୟେଶଭାଇ ଚୋୱାଟିୟା ଉଭୟଙ୍କୁ ମେ ୨୩ ରେ ହାଜର ହେବାକୁ କହିଛନ୍ତି।