Categories: ଜାତୀୟ

‘ଯୋଗୀ ଖାଲି ଶ୍ମଶାନ ଖୋଲିଲେ, ଆମେ ସ୍କୁଲ ଖୋଲିବୁ’

ଲକ୍ଷ୍ନୌ,୨।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ରବିବାର ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ମହାରାଲିରେ ତାଙ୍କ ଅଭିଭାଷଣରେ କେଜ୍‌ରିୱାଲ କହିଛନ୍ତି ଯେ, ଯୋଗୀ ସରକାର ୫ ବର୍ଷରେ କେବଳ ଶ୍ମଶାନ ଘାଟରେ କରିଛନ୍ତି। ବହୁ ସଂଖ୍ୟରେ ଲୋକଙ୍କ ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ରାଜ୍ୟରେ ଏଏପିକୁ ଥରେ ସୁଯୋଗ ଦିଅନ୍ତୁ ମୁଁ ଉତ୍ତରପ୍ରଦେଶରେ ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରିବି। ଦେଶର ପ୍ରତ୍ୟେକ ପିଲାଙ୍କୁ ଭଲ ଶିକ୍ଷା ପ୍ରଦାନ କରିବାର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ସ୍ବପ୍ନକୁ ସାକାର କରିବାକୁ ସେ ଶପଥ ନେଇଛନ୍ତି ଏବଂ ଏହି କାରଣରୁ ଆଜି ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ଦେଶର ଅନ୍ୟତମ ବୋଲି ସେ କହିଥିଲେ।

Share