Categories: ଜାତୀୟ

ମଧ୍ୟାହ୍ନ ଭୋଜନ ଯୋଜନାରେ ଛଅ ମାସର ଶୁଖିଲା ରାଶନ ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୯ ।୧୨: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ଯୋଜନାରେ ପିଲାମାନଙ୍କୁ ୬ ମାସର ଶୁଖିଲା ରାଶନ ଯୋଗାଇ ଦିଆଯିବ । କରୋନା ଭାଇରସ ସଂକ୍ରମଣ କାରଣରୁ ଗତ ମାର୍ଚ୍ଚରୁ ସ୍କୁଲ ବନ୍ଦଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ମଣ୍ଡାବାଲି ଅଞ୍ଚଳରେ ଏକ ସରକାରୀ ସ୍କୁଲରେ ଶୁଖିଲା ରାଶନ ବାଣ୍ଟିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେଜରିୱାଲ କହିଛନ୍ତି, ଯେତେବେଳେ ସ୍କୁଲ ବନ୍ଦ ଥିଲା ସେତେବେଳେ ଆମେ ପିଲାମାନଙ୍କୁ ଶୁଖିଲା ରାଶନ ଦେବା କଥା ଚିନ୍ତା କରିଥିଲୁ । ହେଲେ ଆଗକୁ ୬ ମାସ ପର୍ଯ୍ୟନ୍ତ ବି ପିଲାମାନଙ୍କୁ ଶୁଖିଲା ରାଶନ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ମାହାମରୀ ସଂକ୍ରମଣ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି । ଏବେ ସାମନ୍ୟ ସଂକ୍ରମଣ କମିଥିବା ବେଳେ କେତେକ ରାଜ୍ୟରେ ସ୍କୁଲ ଖୋଲି ଦିଆଗଲାଣି । ହେଲେ ଦିଲ୍ଲୀ ସରକାର କହିଛନ୍ତି କରୋନା ଟିକା ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କଲ ଖୋଲାଯାଇ ନ ପାରେ ।

Share