Posted inଜାତୀୟ

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ ମଧ୍ୟ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୯ରେ ହେବ। ମଧ୍ୟବର୍ତ୍ତୀକାଳୀନ ଜାମିନର ନିଷ୍ପତ୍ତି କେବେ ଆସିବ ତାହା କୋର୍ଟ ସ୍ପଷ୍ଟ କରି ନାହାଁନ୍ତି।

ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ମଧ୍ୟ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହେବା ପୂର୍ବରୁ ଏବଂ ପରେ ମାମଲା ଫାଇଲ ଉପସ୍ଥାପନ କରିବାକୁ ବିଚାରପତିମାନେ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁଙ୍କୁ ମଧ୍ୟ କହିଥିଲେ।

ଇଡିକୁ ପଚରାଉଚରା କରି କୋର୍ଟ କହିଛନ୍ତି ଯେ କିଛି ଜିନିଷ ସାମ୍ନାକୁ ଆଣିବାକୁ ଦୁଇ ବର୍ଷ ସମୟ ଲାଗିଛି। କାହିଁକି ପ୍ରାସଙ୍ଗିକ ପ୍ରଶ୍ନ ସିଧାସଳଖ ସାକ୍ଷୀ ଏବଂ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ପଚରାଯାଇ ନଥିଲା। କୋର୍ଟରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ କହିଛନ୍ତି ଯେ ପ୍ରଥମେ କେଜରିୱାଲ ଏହି ମାମଲାର ତଦନ୍ତ କେନ୍ଦ୍ରରେ ନଥିଲେ, କିନ୍ତୁ ପରେ ତାଙ୍କ ନାମ ଆସିଥିଲା।
ଏସ.ଭି ରାଜୁ ଦାବି କରିଛନ୍ତି ଯେ ୨୦୨୨ ଗୋଆ ବିଧାନସଭା ନିର୍ବାଚନ ସମୟରେ ଏଏପି ଜାତୀୟ ସଂଯୋଜକ କେଜରିୱାଲ ଏକ ସାତ ତାରକା ହୋଟେଲରେ ରହିଥିଲେ। କେଜରିୱାଲଙ୍କ କିଛି ବିଲ ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିଲା।
ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଇଡିରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁଙ୍କୁ କହିଥିଲେ ଯେ ଗିରଫ ବିରୋଧରେ କେଜରିୱାଲଙ୍କ ଆବେଦନ ଶୁଣିବାକୁ ସମୟ ଲାଗିପାରେ। ଏହି କାରଣରୁ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ କୋର୍ଟ ବିଚାର କରୁଛନ୍ତି।
ପ୍ରକୃତରେ, କେଜରିୱାଲଙ୍କୁ ମାର୍ଚ୍ଚ ୨୧ ରେ ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା ଏବଂ ସେ ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ବିରଳ ଘଟଣା, ଛଅ ଦଶକ ମଧ୍ୟରେ ପ୍ରଥମ ଥର ହେଲା ଏମିତି…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ୧୫ତମ ବିଧାନସଭାରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। କାରଣ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ...

୬ ମାସରେ ହାରି ଯାଇଥିବା ବାଜିକୁ କିଭଳି ପଲଟାଇଦେଲା ଭାଜପା?  ବ୍ୟାକ୍‌ଫୁଟ୍‌ରୁ ଏବେ…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ପ୍ରଚଣ୍ଡ ବିଜୟ ସହ ଭାଜପା ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଏନ୍‌ଡିଏ ମେଣ୍ଟ ୨୮୮ରୁ ୨୩୧ ଆସନରେ ବାଜିମାତ କରିଛି।...

ପ୍ରଧାନମନ୍ତ୍ରୀଙ୍କ ବଡ଼ ଆହ୍ବାନ: ଆସନ୍ତାବର୍ଷ ଲକ୍ଷେ ନୂଆ ଯୁବକଙ୍କୁ ରାଜନୀତିକୁ ଆଣିବା ପାଇଁ ରହିଛି ଲକ୍ଷ୍ୟ

ନୂଆଦିଲ୍ଲୀ,୨୪ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’କାର୍ଯ୍ୟକ୍ରମର ୧୧୬ ତମ ଏପିସୋଡ୍‌ରେ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ସେ ପ୍ରଥମେ ଜାତୀୟ କ୍ୟାଡେଟ କର୍ପସ...

ଚର୍ଚ୍ଚାରେ ହେଲିକପ୍ଟର ମାଡାମ, ବାରିପଦା ଝିଅ ହେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ!

ରାଞ୍ଚି,୨୪।୧୧: ଝାଡ଼ଖଣ୍ଡର JMM ସରକାର ପୁଣି ବାଜିମାତ ପରେ ଏବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ। କୁହାଯାଉଛି କଳ୍ପନା ସୋରେନଙ୍କ ଭିନ୍ନ...

ଆଞ୍ଚଳିକ ଦଳ ଉପରେ ପୁନଃ ଆସ୍ଥାପ୍ରକଟ କଲେ ଝାଡ଼ଖଣ୍ଡବାସୀ: ବିଜେଡି

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ): ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମ୍‌ଏମ୍‌ର ବିଜୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଞ୍ଚଳିକ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର

ମୁମ୍ବାଇ ,୨୪ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବଡ଼ ବିଜୟ ହାସଲ କରିଥିବାବେଳେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଉପରେ...

ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌+

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଜନାଦେଶ ଶାସକ ମେଣ୍ଟ ସପକ୍ଷରେ ଆସିଛି। ମହାରାଷ୍ଟ୍ର ମତଦାତା ‘ଲଡ୍‌କି ବହିନ’ ଭଳି ଯୋଜନାଗୁଡ଼ିକୁ ନେଇ ମହାୟୁତି ଉପରେ...

ପରାଜୟ ପରେ ଇଭିଏମ୍‌କୁ ଦୋଷଦେଲେ ବିରୋଧୀ

ନୂଆଦିଲ୍ଲୀ ,୨୩ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ବିଜୟୀ ହେବା ପରେ ବିରୋଧୀ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ଇଭିଏମ୍‌କୁ ଦୋଷ ଦେଇଛି। ଭାଜପାକୁ ଫାଇଦା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri