Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ ବିତର୍କ ଲାଗି ଚ୍ୟାଲେଞ୍ଜ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୨: ମାସେରୁ ଅଧିକ ଦିନ ହେଲା ହଜାର ହଜାର କୃଷକମାନେ ଆନ୍ଦୋଳନ କରୁଥିବା ସିଙ୍ଘୁସୀମା ପରିଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦକେନ୍ଦ୍ର ସରକାରଙ୍କୁ ବିତର୍କ ଲାଗି ଚ୍ୟାଲେଞ୍ଜ ଦେଲେ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ରବିବାର ସିଙ୍ଘୁ ସୀମାରେ ଏକ କିର୍ତନ ଦରବାର ଆୟୋଜନ ହୋଇଥିଲା। ଏହି ସଂଗିତ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମଧ୍ୟରେ ବସିଥିଲେ କେଜରିଓ୍ବାଲ ଓ ସିସୋଦିଆ।

ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ କେନ୍ଦ୍ରକୁ ବିତର୍କ ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଚାଷୀଙ୍କ ଲାଭ ପାଇଁ ନୂଆ ଆଇନ ଅଣାଯାଇଥିବା କେନ୍ଦ୍ର ସରକାର କହୁଛି। ଏହାଦ୍ୱାରା ସେମାନେ ଜମୀ ହରାଇବେ ନାହିଁ କିମ୍ବା ଏମ୍‌ଏସ୍‌ପି ସୁବିଧା ହଟାଯାଉ ନ ଥିବା ସେମାନେ କହୁଛନ୍ତି । ସେମାନଙ୍କ ହିସାବରେ ଚାଷୀମାନେ ନୂଆ ଆଇନ ବିଷୟରେ ପର୍ଯ୍ୟାପ୍ତ ଜାଣି ନାହାନ୍ତି। କେନ୍ଦ୍ରର ଯେଉଁମାନେ ନୂଆ କୃଷି ଆଇନ ସମ୍ପର୍କରେ ଜାଣିଛନ୍ତି, ସେମାନେ ସାଧାରଣରେ ଚାଷୀ ନେତାଙ୍କ ସହ ବିତର୍କ କରିବାକୁ ମୁଁ ଚ୍ୟାଲେଞ୍ଜ ଦେଉଛି। ବିତର୍କରୁ ହିଁ ଜଣା ପଡ଼ିବ କିଏ ଅଧିକ ଜାଣିଛି।

Share