Categories: ଜାତୀୟ

ସୁପ୍ରିମକୋର୍ଟରୁ ଏଲଜିଙ୍କୁ ବଡ ଝଟକା

ନୂଆଦିଲ୍ଲୀ,୪।୭: ଆମ ଆଦମୀ ପାର୍ଟି ସରକାର ଏବଂ ଦିଲ୍ଲୀର ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଅଧିକାର ଯୁଦ୍ଧରେ ଏଏପି ପୁଣି ଥରେ ଜିତିଛି। ସୁପ୍ରିମକୋର୍ଟଙ୍କଠାରୁ ଉପରାଜ୍ୟପାଳଙ୍କୁ ଏକ ବଡ଼ ଝଟକା ଲାଗିଛି। ମଙ୍ଗଳବାର ଆମ ଆଦମୀ ପାର୍ଟି ଦାଖଲ କରିଥିବା ଆବେଦନ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ଏହି ଆବେଦନରେ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗର ମୁଖ୍ୟ ଅର୍ଥାତ୍‌ ଡିଇଆରସିର ଶପଥ ଗ୍ରହଣ ସମାରୋହକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଏଏପିର ଆବେଦନର ଶୁଣାଣି ବେଳେ ଏହି  ଡିଇଆରସିର ଅଧ୍ୟକ୍ଷଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖିଛନ୍ତି। ଏହି ପ୍ରତିବନ୍ଧକ ସହିତ ଉପରାଜ୍ୟପାଳ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିରାଶ ହୋଇଛନ୍ତି।

ସୁପ୍ରିମକୋର୍ଟ ମଙ୍ଗଳବାର ଏଏପିର ଆବେଦନ ଉପରେ ଶୁଣାଣି କରିବା ସମୟରେ କହିଛନ୍ତି ନିଯୁକ୍ତିର ଅଧିକାର ଏଲଜି ଭିକେ ସାକ୍ସେନାଙ୍କ ନିକଟରେ ନାହିଁ। ସେ ଏହି ପଦ ଉପରେ ନିଯୁକ୍ତି କରିପାରିବେ ନାହିଁ। କୋର୍ଟ ନିଯୁକ୍ତି ଉପରେ ରୋକ ଲଗାଇବା ସହ ଶପଥ ଗ୍ରହଣ ସମାରୋହକୁ ବି ୧୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିିଛନ୍ତି।

Share