ନୂଆଦିଲ୍ଲୀ,୨୮।୩: ଅନ୍ତର୍ଧାମିକ ଅବା ଅନ୍ତର୍ଜାତି ବିବାହ କରୁଥିବା କିମ୍ବା ଲିଭ୍ଇନ୍ରେ ରହୁଥିବା ପ୍ରେମୀଯୁଗଳଙ୍କ ସୁରକ୍ଷା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଭଳି ଯୋଡ଼ାଙ୍କୁ ସୁରକ୍ଷିତ ଭାବେ ବାସ କରିବା ଳାଗି ସରକାରଙ୍କ ପକ୍ଷରୁ ସେଫ୍ ହାଉସ୍ ଯୋଗାଇ ଦିଆଯିବ। ଯାହାଦ୍ୱାରା ପରିବାର ସଦସ୍ୟ କିମ୍ବା ସାମାଜିକ କ୍ଷେତ୍ରରେ ସେମାନଙ୍କ ବିରୋଧରେ ଉପୁଜୁଥିବା ବିଭିନ୍ନ ପ୍ରକାର ବାଧାବିଘ୍ନରୁ ପ୍ରେମୀଯୁଗଳ ସୁରକ୍ଷିତ ରହିପାରିବେ। ଏନେଇ ସରକାରଙ୍କ ପକ୍ଷରୁ ସର୍କୁଲାର୍ ଜାରି କରାଯାଇଛି। ଏନେଇ ଗଠିତ ହୋଇଥିବା ସ୍ବତନ୍ତ୍ର ସେଲ୍ ସପ୍ତାହ ବ୍ୟାପୀ ଦିନରାତି ୨୪ ଘଣ୍ଟା କାର୍ଯ୍ୟ କରିବ। ଏହାର ହେଲ୍ପ ଲାଇନ୍ ନମ୍ବର ୧୮୧ ରହିଛି। ସେଲ୍କୁ ଫୋନ୍ କରୁଥିବା ପ୍ରେମୀଯୁଗଳଙ୍କ ତଥ୍ୟ ଗୋପନୀୟ ରଖାଯିବା ସହିତ ସେମାନଙ୍କୁ ଆବଶ୍ୟକ ସହାୟତା ତୁରନ୍ତ ଯୋଗାଇ ଦିଆଯିବ।