Categories: ଜାତୀୟ

‘ହାଓ ପ୍ରାଇମିନିଷ୍ଟର ଡିସାଇଡ’, କ’ଣ ଲେଖା ଅଛି ଏହି ପୁସ୍ତକରେ ଯାହାକୁ ତିହାରରେ ରହି ପଢିବାକୁ ଚାହୁଁଛନ୍ତି କେଜରିଓ୍ବାଲ

ନୂଆଦିିଲ୍ଲୀ,୧।୪: ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ରାମାୟଣ, ମହାଭାରତ, ଗୀତା ଏବଂ ସାମ୍ବାଦିକ ନୀରଜା ଚୌଧରୀଙ୍କ ଦ୍ୱାରା ଲିଖିତ ପୁସ୍ତକ ପଢିବାକୁ କୋର୍ଟଙ୍କୁ ମାଗିଛନ୍ତି। ଏହି ପୁସ୍ତକରେ ପ୍ରଧାନମନ୍ତ୍ରୀ କିପରି ନିଷ୍ପତ୍ତି ନିଅନ୍ତି ସେ ବିଷୟରେ ଲେଖାଯାଇଛି।

ଏହା ବ୍ୟତୀତ କେଜରିୱାଲ ମଧ୍ୟ ଜେଲରେ ଔଷଧ ଯୋଗାଇବାକୁ କୋର୍ଟଙ୍କ ନିକଟରେ ଦାବି କରିଛନ୍ତି। ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ କେଜରିୱାଲ ଇଡିଙ୍କ ହେପାଜତ ଅବଧି ଶେଷ ହେବା ପରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବାବେଳେ ଏହି ଦାବି କରିଥିଲେ।
ଶୁଣାଣି ସମୟରେ, ଇଡି ଦାବିରେ କୋର୍ଟ ଅରବିନ୍ଦ କେଜରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏଭଳି ପରିସ୍ଥିତିରେ ସେ ତିହାର ଜେଲରେ ରହିବେ ଏବଂ ସେ ଏଠାରେ ବହି ଓ ଔଷଧ ନେବାକୁ ଦାବି କରିଛନ୍ତି।

Share