Categories: ଜାତୀୟ

କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ ମେୟର କହିଲା ଭାଜପା

ନୂଆଦିଲ୍ଲୀ,୪।୪(ପି.ଟି.): ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ ସେଠାକୁ ଦୁଇଦିନିଆ ଗସ୍ତରେ ଯାଇ ଆମ୍‌ ଆଦ୍‌ମୀ ପାର୍ଟିକୁ ଥରେ ସୁଯୋଗ ଦେବା ଲାଗି ଶନିବାର ରୋଡ୍‌ ଶୋ’ରେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ରବିବାର ସେମାନେ ଅହମଦାବାଦର ସ୍ବାମୀନାରାୟଣ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ତେବେ ଗୁଜରାଟ ଭାଜପା ଉଭୟଙ୍କୁ ପର୍ଯ୍ୟଟକ କହିବା ସହ କେଜ୍‌ରିଓ୍ବାଲଙ୍କୁ ବୃହତ ସହରର ମେୟର ବୋଲି କହିଛି। ଏଭଳି ମନ୍ତବ୍ୟ ଦେଇ ଭାଜପା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବା ଗୁଜରାଟ ଏଏପି ସଭାପତି ଗୋପାଳ ଇଟାଲିଆ କହିଛନ୍ତି। କେଜ୍‌ରିଓ୍ବାଲଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଛନ୍ତି। ତେଣୁ ସେ ସମ୍ମାନ ପାଇବାକୁ ହକ୍‌ଦାର ବୋଲି ଇଟାଲିଆ କହିଛନ୍ତି।

Share